ରଥ ଯାତରା
ଅମରନାଥ ବାରିକ୍
କାଳିଆ ତୋ ନନ୍ଦିଘୋଷ ରଥ
ଦିଶୁଥାଏ ଆହା କି ସୁନ୍ଦର
ଝୁଲିଝୁଲି ଆସୁ ବଡ଼ ଦାଣ୍ଡେ
ରହି କେତେ ଭକ୍ତଙ୍କ ମେଳର ।
ଭାଗ୍ୟରେ ମୋ ଟିକେ ହୁଅନ୍ତାନି
ନନ୍ଦିଘୋଷ ରଥ ଛୁଅଁନ୍ତିନି
ମନ ମୋ କହୁଛି ଏହି କଥା
କାହିଁକି ତୁ ଆଜି ନିରବତା ।
ନିରବେ ରୁହନି କାଳିଆରେ
ଜଗତ ଭାସିଲା ଛଳନାରେ
ଏତିକି ଗୁହାରି କରୁଛି ମୁଁ
ନନ୍ଦିଘୋଷ ରଖି ଉଦ୍ଧାରେ ତୁ ।
ଗୋପପୁର ଗାଁ ଗୋପାଳ ପୁଅ
ଡାକୁଛନ୍ତି ନନ୍ଦିଘୋଷ ହେ ରୁହ
ଦେଖିବୁ କାଳିଆ ଚନ୍ଦ୍ର ବଦନ
କହୁଅଛୁ ଦୁଃଖୀ ଦିନ ଦହନ ।
ନନ୍ଦିଘୋଷରେ ସେ ଗଉଡ଼ ପୁଅ
ଲକ୍ଷ ଲକ୍ଷ ଜନ ଗହଳି ସୁଅ
ଛୁଟି ଚାଲିଛନ୍ତି ଦେଖିବା ପାଇଁ
ବସି କାନ୍ଦୁଛନ୍ତି ରାଧିକା ମାଇଁ ।
ମହାଲକ୍ଷ୍ମୀ ଭାଳି ନନ୍ଦିଘୋଷକୁ
କାହିଁ ନେଉଛୁ ମୋର ଧନଙ୍କୁ
କେତେ ଦିନ ପରେ ଆଣିବୁ ତୁରେ
ରଥ କହେ ନଅ ଦିନଟି ପରେ ।
ରାଣଦେଲି ତତେ ନନ୍ଦିଘୋଷରେ
ଜଗାକୁ ଫେରେଇ ଆଣିବୁ ତୁରେ
କେମିତି ବଞ୍ଚିବି ଏକା ତା’ ବିନା
କୁଆଡ଼େ ଗଲା ମୋ ଗଉଡ଼ ସୁନା ।
କଳା ବାମନରେ କଳା ବାମନ
ଡାକୁଅଛି ତତେ ଜଗତ ଜନ
ତୋ ପାଇଁ ହେଉଛି ରଥ ଯାତରା
ତୁ ଲକ୍ଷ୍ମୀଙ୍କୁ କିଆଁ ଛାଡୁଛୁ ପରା ।
ଗ୍ରା/ପୋ-କୟାଁ, ଥା-ମଙ୍ଗଳପୁର, ଜି-ଯାଜପୁର
ଓଡ଼ିଶା, ପିନ୍ ନମ୍ବର – ୭୫୫୦୧୧
ଦୂରଭାଷା – ୯୫୪୦୩୦୮୦୯୫ (ନୂଆଦିଲ୍ଲୀ)
Comments are closed.