ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଲା A++ ମାନ୍ୟତା

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟକୁ ମିଳିଛି A++ ମାନ୍ୟତା। ରାଜ୍ୟର ପ୍ରଥମ ସରକାରୀ ବିଶ୍ବବିଦ୍ୟାଳୟ ଭାବେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍‌(ନେସନାଲ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରେଡିଟେସନ୍‌ କାଉନ୍‌ସିଲ୍‌) ପକ୍ଷରୁ A++ ମାନ୍ୟତା ମିଳିଛି। କିଛି ଦିନ ତଳେ ନାକ୍‌ର ୫ ଜଣିଆ ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ। ଗତ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସହ ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ, ପରିମଳ ଓ ବିଭିନ୍ନ ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲା ଟିମ୍।

ରେଭେନ୍ସାକୁ A++ ମାନ୍ୟତା ମିଳିବା ଖବର ପ୍ରଚାରିତ ହେବା ପରେ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ସବର ବାତବରଣ ସୃଷ୍ଟି ହୋଇଛି। ରେଭେନ୍ସା କର୍ତ୍ତୃପକ୍ଷଙ୍କ ସମେତ ଛାତ୍ରଛାତ୍ରୀ ସମସ୍ତେ ଖୁସିରେ ନାଚ ଗୀତରେ ମସଗୁଲ ହୋଇଛନ୍ତି।

Comments are closed.