ପ୍ରେମିକା ବନାଇବାକୁ ରାସ୍ତା କଡ଼ରେ ବଡ଼ ଫଟୋ ଲଗାଇ ‘ଡେଟ୍‌ ମି’ ବୋଲି ଲେଖି ଚର୍ଚ୍ଚାରେ ଯୁବକ

ମୁମ୍ବାଇ: ଆଜିକାଲି ପିଲା ସ୍କୁଲ୍‌ ସମୟରୁ ହିଁ ଡେଟିଂ ଆରମ୍ଭ କରି ଦେଉଛନ୍ତି। ମାତ୍ର ଯେ‌ତେବେଳେ ୨୩ ବର୍ଷ ହେବା ପରେ ବି ଜଣେ ଯୁବକ ଡେଟିଂରେ ଯାଇପାରିନାହାନ୍ତି ତ ସେ ଏକ ନିଆରା ଉପାୟ ଆପଣେଛନ୍ତି। ସେ ତାଙ୍କ ସହ ଡେଟ୍‌ରେ ଯିବାକୁ ଏକ ବିଜ୍ଞାପନ ଦେଇଛନ୍ତି। ଯୁବକ ଜଣକ ଏକ ବିଲ୍‌ ବୋର୍ଡ ବନାଇ ନିଜର ଫଟୋ ଦେବା ସହ ମୋତେ ଡେଟ୍‌ କରବୋଲି ଲେଖିଛନ୍ତି। ତଳେ ସେ ନିଜର ଇମେଲ୍‌ ଆଇଡି ବି ଦେଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ବିଜ୍ଞାପନ ଦେଖି କିଛି ଯୁବତୀ ତାଙ୍କ ସହ ଯୋଗାଯୋଗ ବି କରିଛନ୍ତି। ୨୩ ବର୍ଷୀୟ ଏଡ୍‌ ଚେପ୍‌ମେନ୍‌ ନିଜର ପ୍ରଥମ ଡେଟ୍‌ ପାଇଁ ଏବେ ପ୍ରସ୍ତୁତ ହେଉଛନ୍ତି।

ଯୁବକଙ୍କ ବିଜ୍ଞାପନ ଶୈଳୀ ଖୁବ୍ ଚର୍ଚ୍ଚାରେ ରହିଛି। ତାଙ୍କ କହିବା କଥା ହେଉଛି ଡେଟିଂ ଆପ୍‌ରେ ତାଙ୍କୁ ସେତେ ଭଲ ଅନୁଭବ ମିଳିନାହିଁ। ସେ ସେଥିରେ ପ୍ରେମିକା ବନାଇବାକୁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ସେ ହେଉଛନ୍ତି ବ୍ରିଟେନ୍‌ର ବାସିନ୍ଦା। ଅନ୍ୟ କେଉଁ ଉପାୟରେ ପ୍ରେମିକା ବନାଇବାରେ ସଫଳ ନହେବାରୁ ସେ ଶେଷ‌ରେ ଏହି ଉପାୟ ଆପଣେଇଛନ୍ତି। ଲାଗୁଛି ତାଙ୍କର ଏହି ନିଆରା ବିଜ୍ଞାପନ ଖୁବ୍ କାମ ଦେଇଛି।

ତାଙ୍କ କହିବା କଥା ହେଉଛି ସେ ଅନେକ ବର୍ଷ ଏକୁଟିଆ ରହିଗଲେ। ଏବେ ଆଉ ତାଙ୍କୁ ଏକା ରହିବାରେ ଇଚ୍ଛା ନାହିଁ। ସେ କାରଣରୁ ଭଲ ପ୍ରେମିକାଟିଏ ପାଇବା ପାଇଁ ସେ ଏପରି ଏକ ‘ଆଉଟ୍‌ ଅଫ୍‌ ବକ୍ସ’ ଆଇଡିଆ ଚିନ୍ତା କରିଛନ୍ତି।

Comments are closed.