ରକ୍ତଦାନ ଶିବିର : ୩୦ ୟୁନିଟ ରକ୍ତ ସଂଗୃହିତ

ଆଠଗଡ :  ଆଠଗଡ ବ୍ଲକର କନ୍ଦରପୁର ପଞ୍ଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସଂପାଦନ କରୁଥିବା ଜେଏମସି ପ୍ରୋଜେକ୍ଟସ୍‍ ଇଣ୍ଡିଆ ଲିମିଟେଡ, ଓସିଡିଆର ପ୍ରୋଜେକ୍ଟସ୍‍ ପକ୍ଷରୁ ଜୀବନବିନ୍ଦୁ ଏବଂ ଓଡିଶା ମୋ ପରିବାର ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ରକ୍ତଦାନ ଶିବିରକୁ ଉଦ୍‍ଘାଟନ କରିଥିଲେ । ଶିବିରରେ ମୋଟ ୩୦ୟୁନିଟ ରକ୍ତ ସଂଗୃହିତ ହୋଇଥିବାବେଳେ କଟକ ରେଡକ୍ରସ ରକ୍ତ ଭଣ୍ଡାରର ଡାକ୍ତରୀ ଦଳ ରକ୍ତ ସଂଗ୍ରହ କରିଥିଲେ । ଜୀବନବିନ୍ଦୁ ଆବାହକ ରାକେଶ ଦାଶ ଓ ସଂଯୋଜକ ପ୍ରଦୀପ୍ତ ଦାସଙ୍କ ସମେତ ଆୟୋଜକ ଦୁଇ କମ୍ପାନୀର ଅଧିକାରୀ ଏବଂ କର୍ମଚାରୀ ଏହି ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Comments are closed.