ରାଜସ୍ଥାନ କଂଗ୍ରେସ ରାଜନୀତି: ପାଇଲଟଙ୍କୁ ତୁରନ୍ତ ଦାୟିତ୍ବ ଦେବାପାଇଁ ଗେହଲଟ ମନ୍ତ୍ରୀଙ୍କ ଦାବି

ଜୟପୁର : ଗୁଜରାଟ ବିଧାନସଭା ନିର୍ବାଚନ ମଧ୍ୟରେ ରାଜସ୍ଥାନ ରାଜନୀତିରେ ନୂଆ ଟ୍ବିଷ୍ଟ୍‌ ଆସିଛି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଟିମ୍ ସଦସ୍ୟଙ୍କର ଆଉ ଧୈର୍ଯ୍ୟ ନାହିଁ। ରାଜସ୍ଥାନ ସରକାରରେ ତଥା‌ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କର ଜଣେ ମନ୍ତ୍ରୀ କହିଛନ୍ତି, ସଚିନ ପାଇଲଟଙ୍କ ପାଇଁ ଦଳ କ୍ଷମତାକୁ ଆସିଛି। ପାଇଲଟଙ୍କ କଠିନ ପରିଶ୍ରମକୁ ବିଚାରକୁ ନେଇ ତାଙ୍କୁ ଦାୟିତ୍ବ ଦିଆଯିବା ଉଚିତ।

ମନ୍ତ୍ରୀ ହେମରାମ ଚୌଧୁରୀ କହିଛନ୍ତି, ପାଇଲଟଙ୍କର ତୁରନ୍ତ ପଦୋନ୍ନତି ହେବା ଉଚିତ। ଆମେ ଆଉ ଅପେକ୍ଷା କରିପାରିବୁନି। ଦଳୀୟ ନେତୃବୃନ୍ଦ ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତ ନିଷ୍ପତ୍ତି ନେବା ଉଚିତ ବୋଲି ସେ କହିଛନ୍ତି। ଇତି ମଧ୍ୟରେ ଦଳର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଗୁଜରାଟ ବିଧାନସଭା ନିର୍ବାଚନ ପରେ ରାଜସ୍ଥାନରେ କଂଗ୍ରେସ ସଙ୍କଟ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ। ଆସନ୍ତା ଡିସେମ୍ବରରେ ରାଜସ୍ଥାନରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପ୍ରବେଶ କରିବାକୁ ଥିବାବେଳେ ଏହା ପୂର୍ବରୁ ପାଇଲଟଙ୍କୁ ସମର୍ଥନ କରୁଥିବା ନେତାମାନେ ବିଭିନ୍ନ ପ୍ରସଙ୍ଗରେ ତୁରନ୍ତ ସମାଧାନ ଚାହିଛନ୍ତି।

Comments are closed.