ଗଜପତି,୧୫.୯(ମନୋଜ ପାଢ଼ୀ) :- ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପଦ୍ମପୁର ଗ୍ରାମ ନିକଟସ୍ଥ ଏକ କାଜୁ ବଗିଚାରେ ଚାଲିଥିବା ଏକ ସଂଗଠିତ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି।ଏହି ଘଟଣାରେ ପାରଳାଖେମୁଣ୍ଡି ଥାନାରେ କେସ୍ ନଂ ୩୭୮/୨୦୨୬, ତା. ୧୩.୦୯.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୨(୨) ଏବଂ ଓଡ଼ିଶା ଜୁଆ ନିବାରଣ ଆଇନର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି।ପୋଲିସ ସୂଚନା ଅନୁଯାୟୀ, ଏକ ବିଶ୍ୱସନୀୟ ସୂଚନା ଆଧାରରେ ୧୩ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୨୦ ମିନିଟ୍ ସମୟରେ ପୋଲିସର ଏକ ଟିମ୍ ପଦ୍ମାପୁର ନିକଟସ୍ଥ କାଜୁ ବଗିଚାରେ ଚଢ଼ାଉ କରିଥିଲା। ସେଠାରେ ପ୍ରାୟ ୨୦ ଜଣ ବ୍ୟକ୍ତି ତାସ୍ ଖେଳୁଥିବା ଦେଖାଯାଇଥିଲା। ପୋଲିସକୁ ଦେଖି ଅନେକ ବ୍ୟକ୍ତି ଜଙ୍ଗଲ ଭିତରକୁ ପଳାଇ ଯାଇଥିବା ବେଳେ ୫ ଜଣଙ୍କୁ ପୋଲିସ କାବୁ କରିପାରିଥିଲା।ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀକାକୁଲମ୍ ଜିଲ୍ଲା ଏଚେର୍ଲା ଅଞ୍ଚଳର ଗଙ୍ଗାଡ଼ା ଗଣେଶ (୫୦), ହିରମଣ୍ଡଳମ୍ ଅଞ୍ଚଳର ଭଙ୍ଗାପାଲି ଲକ୍ଷ୍ମୀ ନାରାୟଣ (୫୦), ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଜାମିଗାଁର ପୁନ୍ନାନା ମୋହନ ରାଓ (୪୦), ପାରଳାଖେମୁଣ୍ଡିର ଗୌତମ ସାହୁ (୨୭) ଏବଂ ଏମ୍. ଶଙ୍କର (୩୨) ବୋଲି ଜଣାପଡିଛି। ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରୁ ୧ ଲକ୍ଷ ୬୨ ହଜାର ୩୦୦ ଟଙ୍କା ନଗଦ, ଦୁଇ ପ୍ୟାକେଟ୍ ତାସ୍, ୫ଟି ମୋବାଇଲ୍ ଫୋନ୍ ଏବଂ ୩ଟି ମୋଟରସାଇକେଲ୍ ଜବତ କରିଛି। ଜୁଆଖେଳରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପୋଲିସର ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ପ୍ରଦାନ କରାଯାଇଛି। ଏଥି ସହିତ ଗିରଫ ୫ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତରେ ହାଜର କରାଯାଇଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Comments are closed.