ବୁଗୁଡ଼ା : ରିପୋର୍ଟ-ସନାତନ ମହାକୁଡ଼।ସ୍ଥାନୀୟ ପିପୁଲସ୍ କଲେଜ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସହଯୋଗରେ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ପୁସ୍ତକ ଉନ୍ମୋଚନ,ଆଲୋଚନା ଚକ୍ର ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଶ୍ରୀ ଗୌରୀପତି ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନ ର ସାଧାରଣ ସମ୍ପାଦକ ଡ.ଶ୍ୟାମା ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠାନର ଉପସଭାପତି ପୋଲସରା ନୁଣିଘାଟି ନିବାସୀ ସ୍ଵର୍ଗତ ପ୍ରଶାନ୍ତ ନନ୍ଦଙ୍କ ପାଇଁ ଅନୁଷ୍ଠିତ ଶୋକସଭା ରେ ବର୍ଷୀୟାନ କବି ଶ୍ରୀ ଅନନ୍ତ କର, ଶ୍ରୀ ଅଶୋକ ନନ୍ଦ ଏବଂ ଶ୍ୱେତପଦ୍ମା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ସୁପରିଚିତ କବି ଶ୍ରୀ ବିଜୟ ଚନ୍ଦ୍ର ମିଶ୍ର, ବ୍ରହ୍ମପୁର, “ସ୍ମୃତିର ଆଇନାରେ ପ୍ରଶାନ୍ତ” ବିନ୍ଦୁ ଉପରେ ନିଜର ଭାବପୂର୍ଣ୍ଣ ବକ୍ତବ୍ୟ ନୀରବ ପ୍ରାର୍ଥନା ପରେ ଉପସ୍ଥାପନ କରିଥିଲେ ।
କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି, ନାଟ୍ୟକାର ତଥା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ମିଶ୍ର, ବରେଣ୍ୟ ଅତିଥିଭାବେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ, ବିଶିଷ୍ଟ ସଙ୍ଗଠକ ତଥା ବ୍ରହ୍ମପୁର ସାହିତ୍ୟ ପରିଷଦ ସଭାପତି ଶ୍ରୀ ସୁଶାନ୍ତ ଦାଶ, ଅବସରପ୍ରାପ୍ତ ଅଧ୍ୟକ୍ଷ ଏବଂ ସମ୍ବାଦ ସାହିତ୍ୟ ଘର, ଭଞ୍ଜନଗର ର ସଭାପତି ଶ୍ରୀ କୃତ୍ତିବାସ ବିଶ୍ଵାଳ, ସମ୍ଭବ ସାହିତ୍ୟ ପରିବାର ,ଭୁବନେଶ୍ୱର, ର ପ୍ରତିଷ୍ଠାତା ସମ୍ପାଦକ ଡ. ରୋଜାଲିନି ସେନାପତି, କବି ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ, ଆଲୋଚକ ରୂପେ ତ୍ରିଧାରା ସାହିତ୍ୟ ସଂସଦ, ବ୍ରହ୍ମପୁର ର ପ୍ରତିଷ୍ଠାତା ସମ୍ପାଦକ ଡ.ଲକ୍ଷ୍ମୀନାରାୟଣ ଦାଶ ଏବଂ ସୁସାହିତ୍ୟିକ ଅଧ୍ୟାପକ ଶ୍ରୀ ବିଭୂତି ଭୂଷଣ ମିଶ୍ର,ବୁଗୁଡ଼ା ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଏବଂ ପ୍ରସାର ପାଇଁ ବୁଗୁଡ଼ା ର ଭୂମିକା ସମ୍ପର୍କୀୟ ତଥ୍ୟ ପ୍ରଦାନକରିଥିଲେ ।
ଏହି ଅବସରରେ ଡ.ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପଞ୍ଚମ କବିତା ସଙ୍କଳନ “ମୁଁ ଏବଂ ମୋ କବିତା”, ଶ୍ରୀ ବୈଷ୍ଣବ ଚରଣ ଦାଶ ଙ୍କ ୨ୟା ପ୍ରବନ୍ଧ ସଙ୍କଳନ “ସଂସ୍କୃତି ସଞ୍ଚୟନ”, ଡ. ରୋଜାଲିନି ସେନାପତି ଙ୍କ “ବୋଉ” ଏବଂ “କୃଷ୍ଣ ପ୍ରେୟସୀ”, ଇଂ.ପ୍ରସନ୍ନ କୁମାର ଦାଶ ଙ୍କ “ଆମ ପୌରାଣିକ ଚରିତ୍ର” ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ କରାଯାଇଥିଲା।
ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗୀତାରେ ସଫଳ ଛାତ୍ର,ଛାତ୍ରୀ ଙ୍କ ସହ ଓଡ଼ିଆ ଭାଷା ସାହିତ୍ୟରେ ମହାବିଦ୍ୟାଳୟ ରେ ସର୍ବାଧିକ ମାର୍କ ରଖିଥିବା ସୁଶ୍ରୀ ରୁଚିକା ଗୌଡ଼ ଏବଂ ଶ୍ରୀ ରୁଦ୍ର ପ୍ରତାପ ବିଷୋୟୀ ଙ୍କୁ ସମ୍ମାନୀତ କରାଯାଇଥିଲା । ଉଚ୍ଚତର ଗବେଷଣା କରି ଡକ୍ଟରେଟ ଡିଗ୍ରୀ ପାଇଥିବା ପିପୁଲସ୍ କଲେଜର
ଅଧ୍ୟାପିକା ଡ.ରଶ୍ମିତା କୁମାରୀ ପଟ୍ଟନାୟକଙ୍କ ସହ ଦୁଇ ଜଣଙ୍କୁ ବିକ୍ଷିପ୍ତା ସମ୍ମାନ, ପାଞ୍ଚ ଜଣଙ୍କୁ ବିକ୍ଷିପ୍ତା ଜ୍ୟୋତି ସମ୍ମାନ, ଜଣଙ୍କୁ ବିକ୍ଷିପ୍ତା ସଙ୍ଗଠକ ସମ୍ମାନ, ଚାରି ଜଣଙ୍କୁ ବିକ୍ଷିପ୍ତା ଭଞ୍ଜ ସୌରଭ ସମ୍ମାନ ଏବଂ ଦୁଇ ଜଣଙ୍କୁ ବିକ୍ଷିପ୍ତା ନାରୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ବିକ୍ଷିପ୍ତା ର ସମ୍ପାଦକ ଶ୍ରୀ ବୈଷ୍ଣବ ଚରଣ ଦାଶ ବୈଦିକ ମନ୍ତ୍ର ପାଠ କରିଥିଲାବେଳେ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଡ.ସଞ୍ଜୟ କୁମାର ପ୍ରଧାନ, ସ୍ଵାଗତ ଏବଂ ବିଭାଗୀୟ ମୁଖ୍ୟ ଡ.ହିମାଂଶୁ ଶେଖର ରଥ, ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଛାତ୍ର,ଛାତ୍ରୀଙ୍କ ସହ
ଶ୍ରୀ ଶ୍ୟାମପଦ ହୋତା, ଶ୍ରୀ ବସନ୍ତ ବିଷୋୟୀ, ଅଧ୍ୟାପକ ଶ୍ରୀ ଅଶୋକ କୁମାର ସ୍ବାଇଁ, ସୁଶ୍ରୀ ବିଶ୍ୱଜିତା ରାଉତରାୟ ସ୍ଵାଗତ ସଙ୍ଗୀତ ଭଜନ ଏବଂ ଭଞ୍ଜ ସଙ୍ଗୀତ ପରିବେଷଣ କରିଥିଲେ ।
ଡ.ଶ୍ୟାମା ପ୍ରସାଦ ମିଶ୍ର ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇଥିବା ଏହି କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ତରଫରୁ କାର୍ଯକ୍ରମ ରେ ଯୋଗଦେଇଥିବା କବି କବୟିତ୍ରୀ, ମହାବିଦ୍ୟାଳୟର ଅଧ୍ୟକ୍ଷ, ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସମସ୍ତ ଅଧ୍ୟାପକ, ମହାବିଦ୍ୟାଳୟ ର କର୍ମଚାରୀ, ଛାତ୍ର ଛାତ୍ରୀ ଏବଂ ସ୍ବେଛାସେବୀ ମାନଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଅର୍ପଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Comments are closed.