ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା

ଲାଞ୍ଚ ନେବା ମାମଲାରେ ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା। ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୬ ମସିହାରେ ବକେୟା ବିଲ କରାଇ ଦେବାପାଇଁ ଲାଞ୍ଚ ମାଗିଥିଲେ ପୂର୍ବତନ ସିଡ଼ିପିଓ।

ଆମ୍ବଗାଁର ମା ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ୨୦୧୬ ମସିହା ନଭେମ୍ବର ଓ ଡିସେମ୍ବର ମାସର ଛତୁଆ ବିଲ ବାବଦରେ ସିଡ଼ିପିଓଙ୍କ କାର୍ଯ୍ୟାଳୟରୁ ଟଙ୍କା ପାଇବାର ଥିଲା। ତେବେ ଏହି ବିଲ କରାଇଦେବା ପାଇଁ ତତ୍କାଳୀନ ସିଡ଼ିପିଓ ଯଶୋବନ୍ତୀ ବେହେରା ଏସଏଚଜି ସମ୍ପାଦିକାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସମ୍ପାଦିକା ଶୈଳବାଳା ଦାଶ ଏନେଇ ୨୦୧୭ ମସିହା ଜାନୁଆରୀ ୧୧ ତାରିଖରେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ତାପର ଦିନ ଅର୍ଥାତ ୧୨ ତାରିଖ ଦିନ ସିଡ଼ିପିଓ ଯଶୋବନ୍ତୀ ବେହେରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା

Comments are closed.