ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ସମ୍ପନ୍ନ

ଖଲ୍ଲିକୋଟ : ପୂର୍ବତନ ବିଧାୟିକା ତଥା ରାଣୀ ମା’ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଖଲ୍ଲିକୋଟ ରାଜବାଟୀ ଶ୍ମଶାନରେ ଗାର୍ଡ ଅଫ ଅନର ଦିଆଯିବା ପରେ ତାଙ୍କ ଶେଷକୃତ୍ୟ ହୋଇଛି । ଗତକାଲି ସକାଳେ ୮୬ ବର୍ଷ ବୟସରେ ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା । ୧୯୩୭ ମସିହା ଅଗଷ୍ଟ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ । ୧୦ ଥରର ବିଧାୟିକା ଥିବା ସୁଜ୍ଞାନ କୁମାରୀ ଏକାଧାରରେ ଜଣେ ନେତ୍ରୀ, ସମାଜସେବୀ, ଲେଖିକା ଥିଲେ । ଶେଷକୃତ୍ୟ ସମୟରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ଅନେକ ଶୁଭେଚ୍ଛୁ ତାଙ୍କ ଶେଷ ବିଦାୟ ଦେଇଥିଲେ ।

Comments are closed.