ନବୀନଙ୍କ ପୂଜା ଭେଟି ; ମହଙ୍ଗା ଭତ୍ତା ୪% ବୃଦ୍ଧି

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ପୂଜା ଭେଟି। ମହଙ୍ଗା ଭତ୍ତା ୪% ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିିଲାରୁ ପିଛଲା ଭାବେ ଲାଗୁ ହେବ। ୪% ମହଙ୍ଗା ଭତ୍ତା ବୃଦ୍ଧି ପରେ ଏହା ୪୨%ରୁ ୪୬%କୁ ବୃଦ୍ଧି ହୋଇଛି। ମହଙ୍ଗା ଭତ୍ତା ବୃଦ୍ଧି ପରେ ପ୍ରାୟ ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ୩ ଲକ୍ଷ ପେନ୍‌‌ସନ୍‌‌ ଭୋଗୀ ମଧ୍ୟ ଉପକୃତ ହେବ।

Comments are closed.