ସ୍ୱାଧୀନତାର ମୂଲ୍ୟବୋଧ ପାଇଁ ଗଣତନ୍ତ୍ର ସୁରକ୍ଷା ଜରୁରୀ

ଭୁବନେଶ୍ୱର: ଲୋକ ନାୟକ ଜୟ ପ୍ରକାଶ ଅନ୍ତଃରାଷ୍ଟ୍ରୀୟ ଅଧ୍ୟୟନ ବିକାଶ କେନ୍ଦ୍ର ନୂଆଦିଲ୍ଲୀ ତରଫରୁ ଆଜି ଗୀତ ଗୋବିନ୍ଦ ସଦନ ଠାରେ ଆଜି ଗଣତନ୍ତ୍ର ସୁରକ୍ଷା ଅଭିଯାନ ଦିବସ ପାଳନ କରାଯାଇଛି l ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା  ଜୟପ୍ରକାଶ ଅଧୟନ କେନ୍ଦ୍ରର ରାଷ୍ଟ୍ରୀୟ ଅଧକ୍ଷ ଶ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ସଭାପତିତ୍ବ ଓ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ  ଅଧକ୍ଷ ମନୋଜ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ “ଦେଶରେ ଜରୁରୀ ପରିସ୍ଥିତି :  ଅତୀତରୁ ଶିକ୍ଷା ଓ ବର୍ତମାନର ଆହ୍ୱାନ ” ସନ୍ଦର୍ଭ ଉପରେ ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମରେ ଅତିଥି ବକ୍ତା ରୂପେ ଯୋଗ ଦେଇ ପୂର୍ବତନ ବିଧାୟକ ଇଂ ମହମ୍ମଦ ମୋକିମ ଦେଶରେ ଘଡ଼ିସନ୍ଧି ସମୟରେ ଯୁବ ସମାଜ କିପରି ସମୃଦ୍ଧ ଓ ବିକଶିତ ରାଷ୍ଟ୍ର ଗଠନର ନେତୃତ୍ୱ ନେଇ ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ,

ବିଜେଡି ଉପସଭାପତି ତଥା ଦକ୍ଷିଣ ଓଡିଶା ଉନ୍ନୟନ ପରିଷଦର ଅଧକ୍ଷ ଭୃଗୁ ବକ୍ସିପାତ୍ର  ବିଶ୍ୱର ସର୍ବୋତ୍କୃଷ୍ଟ ସମ୍ବିଧାନ ଓ ବୃହତ ଗଣତନ୍ତ୍ର ସଙ୍କଟରେ l ଆମେ ସମସ୍ତେ ସେ ସମ୍ପର୍କରେ ଚିନ୍ତା କରିବା ଉଚିତ ବୋଲି କହିଥିଲେ l ବରିଷ୍ଠ ସାମ୍ବାଦିକ ରବି ଦାସ  ସେତେବେଳେ ଘୋଷିତ ଜରୁରୀ ପରିସ୍ଥିତି ହୋଇଥିଲା ବର୍ତମାନ ଅଘୋଷିତ ଜରୁରୀ ପରିସ୍ଥିତି କୁ ଆମକୁ ସାମ୍ନା କରିବାକୁ ପଡୁଛି ବୋଲି କହିଥିଲେ l. ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଦେଶରେ ବଢୁଥିବା ଅସମାନତା ଓ ଦମନ ମୂଳକ ପଦକ୍ଷେପ ଉପରେ ଚିନ୍ତା ପ୍ରକଟ କରିବା ସହ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାକୁ ସୁରକ୍ଷା ଦେବାକୁ ଗୁରୁତ୍ୱ ଦେଇଥିଲେ ! ଅନ୍ୟମାନଙ୍କ ମଧ୍ୟରେ ପ୍ରଭାସ ସାମନ୍ତରାୟ, ଜୟନ୍ତ ଦାସ, ବାସୁଦେବ ଭଟ୍ଟ, କମର ସୁଲତାନ ବେଗମ, ପ୍ରଦୀପ ପ୍ରଧାନ, ଗିରିଶ ମହାନ୍ତି ଓ ସ୍ବୟଂ ଶେଖର ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ ! ଇତ୍ୟବସରେ  ସମାଜବାଦୀ ନେତା ତଥା ମିଶା ବନ୍ଧୀ ଶ୍ରୀ ମୀନକେତନ ଓ  ସର୍ବୋଦୟ ନେତ୍ରୀ ଇନ୍ଦୁମତୀ ସାହୁଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା !

 

 

Comments are closed.