କଟକ:ଚଳିତବର୍ଷ କଟକର ପ୍ରସିଦ୍ଧ ବାଲିଯାତ୍ରା ଉଭୟ ଉପର ଓ ତଳ ପଡିଆରେ ଆୟୋଜନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ। ସେ କହିଛନ୍ତି ସରକାରଙ୍କ ଅନୁମତି ମିଳିଲେ ଉଭୟ ପଡିଆରେ ବାଲିଯାତ୍ରା ଆୟୋଜନ କରାଯିବ। ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ କରିବାକୁ କଟକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରାଯାଇଛି। ତାହା ସହ ମହୋତ୍ସବକୁ ଅଧିକ ଆକର୍ଷଣୀୟ ଓ ଲୋକାଭିମୁଖୀ କରିବା ଲାଗି ବିଭିନ୍ନ ପଦକ୍ଷେପ ନିଆଯିବ। ବାଲିଯାତ୍ରାର ସାଂସ୍କୃତିକ ସନ୍ଧ୍ୟାରେ ବଲିଉଡ୍ ଓ ଓଲିଉଡର ନାମୀ କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସବୁଠାରୁ ବଡ କଥା ହେଲା ଉଭୟ ପଡିଆରେ ମେଳା ଆୟୋଜନ ହେଲେ ବ୍ୟବସାୟୀ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବା ସହ ଲକ୍ଷାଧିକ ଦର୍ଶକଙ୍କ ଭିଡକୁ ସୁଚାରୁ ଭାବେ ପରିଚାଳନା କରିବାରେ ସୁବିଧା ହେବ।
Sign in
Sign in
Recover your password.
A password will be e-mailed to you.
Comments are closed.