ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲୀଙ୍କ ୧୦୩ ବର୍ଷ ବୟସରେ ପରଲୋକ

ଭୁବନେଶ୍ଵର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲୀଙ୍କ ୧୦୩ ବର୍ଷ ବୟସରେ ପରଲୋକ ହୋଇଛି। ଅସୁସ୍ଥତା କାରଣରୁ କଟକ ଏସ୍ସିବି ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୪ଟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ୧୯୨୩ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ନିଳକଣା ଗ୍ରାମରେ ଜନ୍ମିତ ବିମ୍ବାଧର ମୁଦୁଲୀ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ ଏବଂ କାରାବରଣ ମଧ୍ୟ କରିଥିଲେ। ସେ କେନ୍ଦ୍ରାପଡ଼ାର ଶେଷ ଜୀବିତ ସ୍ୱାଧୀନତା ସଂଗ୍ରାମୀ ଥିଲେ।

Comments are closed.