ପ୍ରଧାନମନ୍ତ୍ରୀ ଫସଲବୀମା ଦାବି ନେଇ ୨୬ନଂ ଜାତୀୟ ରାଜପଥ ଅବରୋଧ

ବଲାଙ୍ଗୀର : ଲୋଇସିଂହା ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର କେତେକ ପଂଚାୟତ ୨୦୨୦-୨୧ ପ୍ରଧାମନ୍ତ୍ରୀ ଫସଲ ବୀମା ସହାୟତା ପାଇବାରୁ ବଞ୍ଚିତ ଅଛନ୍ତି l ତେଣୁ ଏହାର ପ୍ରତିବାଦରେ ପୂର୍ବରୁ ୨୬ ଜୁଲାଇରେ ରାଜପଥ ଅବରୋଧ କରିଥିଲେ ସୁଦ୍ଧା ଚାଷୀ କୈାଣସି ସୁଫଳ ପାଇପାରି ନାହାନ୍ତି l ଏହାର ପ୍ରତିବାଦରେ  ପୁଣି ଲୋଇସିଂହା ଥାନା ଅନ୍ତର୍ଗତ ରୁଗୁଡ଼ିଖାଲ ଠାରେ ଆଗଲପୁର ବ୍ଲକ କୃଷକ ସଂଘ ସଭାପତି ରତ୍ନାକର ମିଶ୍ରଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର-ବରଗଡ଼ ୨୬ ନଂ ଜାତୀୟ ରାଜପଥ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅବରୋଧ କରାଯାଇଛି l ଏଥିରେ ନୁନିଆପାଲି, ଝରଣୀପାଲି ନଅଗା , ବେନ୍ଦ୍ରା, ସାଲେଭଟା, ପଟୁଆପାଲି ପଞ୍ଚାୟତର ଚାଷୀ ସାମିଲ ହୋଇଥିଲେ l ଏଥିରେ ଜିଲ୍ଲା କୃଷକ ମହାସଂଘ ସଭାପତି ଜ୍ୟୋତି ପଧାନ, ସୌମେନ୍ଦ୍ର ପରିଛା, ବଲାଙ୍ଗୀର କୃଷକ ସଂଘର୍ଷ ସଙ୍ଘ ସଭାପତି ବିଭୂତି ମିଶ୍ର ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ନିନ୍ଦା ସହ ସମାଲୋଚନା କରିଥିଲେ l ଆଜି ସକାଳ ୮ଟା ରୁ ଆନ୍ଦୋଳନ ଜାରି ରହିଥିଲେ ବି ଏଯାଏ ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଏହି ବିଷୟକୁ ନେଇ ଆଲୋଚନା କିମ୍ବା ସମାଧାନ ପାଇଁ ଆସିନାହିଁ l

Comments are closed.