କଟକ : ୦୭।୦୯ : କଟକରେ ଉଦଘାଟିତ ହେଲା ଆଉ ଏକ ନୂତନ ଥାନା। କଟକ ସହରାଞ୍ଚଳ ପୋଲିସର ସିଆରଆରଆଇ ଥାନାକୁ ଉଦ୍ଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ। ଏହାକୁ ମିଶାଇ କଟକ ସହରରେ ମୋଟ ୨୨ଟି ଥାନା କାର୍ଯ୍ୟ କରୁଛି। ତେବେ ଏହି ଥାନା ହେବା ଫଳରେ ବହୁ ସଂଖ୍ୟାରେ ଲୋକଙ୍କ ସମସ୍ୟାର ସମାଧାନ ହେବା ସହ ଅପରାଧ ନିୟନ୍ତ୍ରଣରେ ବେଶ ସହାୟକ ହେବ ବୋଲି ଆଶା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ। ପୂର୍ବରୁ ଏହି ଅଞ୍ଚଳ ଚଉଳିଆଗଞ୍ଜ ଥାନା ଅଧୀନରେ ରହିଥିଲା। ତେବେ ବର୍ତ୍ତମାନର ଥାନା ଭଡା ଘରେ ଚାଲୁଛି, ଖୁବଶୀଘ୍ର ଏହାର ନିଜସ୍ୱ ଥାନା ଗୃହ ନିର୍ମାଣ କରାଯିବ। ପୋଲିସ ବିଭାଗ ରେ ଖାଲି ଥିବା ପଦ ପୂରଣ ପ୍ରସଙ୍ଗରେ ଡିଜି କହିଥିଲେ ଖୁବଶୀଘ୍ର ତାହା ପୂରଣ କରାଯିବ। ଉଦଘାଟନୀ ଉତ୍ସବରେ ପୋଲିସ କମିଶନର,କଟକ ଡିସିପି, ମେୟର ଓ ଚୌଦ୍ୱାର କଟକ ବିଧାୟକ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Comments are closed.