ଭୁବନେଶ୍ବର : ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା। ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ମନୋରମାଙ୍କ ସ୍ବାମୀ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ତହସିଲଦାର।
ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ଆସିଛି। ନର୍ଲା ଥାନାରେ ଏତଲା ହେବା ପରେ ତଦନ୍ତ କରୁଛି ପୋଲିସ୍। ବିଧାୟିକାଙ୍କ ଭୁବନେଶ୍ବର ବାସଭବନରେ ପହଞ୍ଚିଲା ପୋଲିସ୍। ତେବେ ଏ ମାମଲକୁ ନେଇ ମନୋରମା ମହାନ୍ତି କିମ୍ବା ସ୍ବାମୀ ଦୁର୍ଗାଙ୍କ ପ୍ରତିକ୍ରିୟା ମିଳିପାରିନି।

ସୂଚନାଯୋଗ୍ୟ, ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ଵାମୀ ତଥା ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ବିରୋଧରେ ନର୍ଲା ଥାନାରେ ଏତଲା ଦାଖଲ ହୋଇଛି। ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହ ଏନେଇ ଲିଖିତ ଅଭିଯୋଗ କରିଛନ୍ତି।
ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହ ଙ୍କ ଅଭିଯୋଗ ଅନୁସାରେ, ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା କୁହାଯାଇଛି। ଏହି ଘଟଣାକୁ ନେଇ ଗତ ୧୫ ମାର୍ଚ୍ଚ ୨୦୨୬ ତାରିଖରେ ନର୍ଲା ଥାନାରେ ପି.ଏସ୍ କେସ ନମ୍ବର ୭୨/୨୬ ରେ ମାମଲା ରୁଜୁ ହୋଇଛି। ପୋଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୨୨୧, ୨୨୪, ୩୫୧(୨) ଏବଂ ୩୫୧(୩) ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ଘଟଣା ପରେ ନର୍ଲା ଅଞ୍ଚଳରେ ରାଜନୈତିକ ମହଳରେ ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ, ପୋଲିସ ଏହାର ତଦନ୍ତ ଜାରି ରଖିଛି।
Comments are closed.