ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

0

ମୋହନା, ୧୭ା୭ (ମନୋଜ ପାଢ଼ୀ): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ କରିଛି। ସେମାନେ ହେଲେ ହଲେ ରାୟଗଡ଼ ଜିଲା ଚନ୍ଦ୍ରପୁର ବ୍ଲକ୍‌ ଭାଇସ୍‌ ଚ୍ୟାରମ୍ୟାନ୍‌ ମାଳତି ମାଳବିଷୋୟୀ(୬୬) ଓ କର୍ଣ୍ଣ ବିଡ଼ିକା (୬୭)। ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ଦୀର୍ଘଦିନ ଧରି ଅଭିଯୁକ୍ତମାନେ ବେଆଇନ ଭାବେ ପୋଚରୁ ମଦ ପ୍ରସ୍ତୁତ କରି ଗମ୍ଭାରିଗାଁରେ ବିକ୍ରି କରୁଥିଲେ। ୱାର୍ଡ ସଭ୍ୟ, ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ସ୍ଥାନୀୟ ଲୋକମାନେ ବାରମ୍ବାର ଏଭଳି କାରବାର ବନ୍ଦ କରିବା ପାଇଁ ସତର୍କ କରି ଆସୁଥିଲେ ମଧ୍ୟ ସେମାନେ ଏହି କାର୍ଯ୍ୟ ଜାରି ରଖିଥିଲେ। ପରେ ପୋଲିକୁ ଖବର ପାଇଁ ଗମ୍ଭାରିଗାଁରେ ଚଢ଼ାଉ କରି ଗୁରୁବାର ମାଳତି ଓ କର୍ଣ୍ଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସନ୍ତୋଷ କୁମାର ବିଷୋୟୀ କହିଛନ୍ତି।

Leave A Reply

Your email address will not be published.