ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କ ଶାଖା ପକ୍ଷରୁ ୮୦ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ

0

ପଟ୍ଟାମୁଣ୍ଡାଇ ୧୫/୮ : ପଟ୍ଟାମୁଣ୍ଡାଇ ଅର୍ବାନ ବ୍ୟାଙ୍କ ଶାଖା ପକ୍ଷରୁ ୮୦ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଶାଖା ପରିଚାଳକ ଅଜିତ କୁମାର ପତିଙ୍କ ସଂଯୋଜନାରେ ଆୟୋଜିତ ସମାରୋହରେ ମୂଖ୍ୟ ଅତିଥିଭାବେ ବ୍ୟାଙ୍କ ନିର୍ଦ୍ଦେଶକ ଅମୂଲ୍ୟ ପ୍ରଧାନ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଉପସ୍ଥିତ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ଗ୍ରାହକମାନେ ସମବେତ କଣ୍ଠରେ ବନ୍ଦେ ମାତରଂ ଓ ଜାତୀୟ ସଙ୍ଗୀତ ଗାନ କରିଥିଲେ। ଏହିକ୍ରମରେ ବ୍ୟାଙ୍କ କର୍ମଚାରୀ କ୍ଷେତ୍ର ପରିଦର୍ଶକ ବିଶ୍ଵପ୍ରକାଶ ନାୟକ,ସେକ୍ ଫିରୋଜ ଉଦ୍ଧିନ, ସରୋଜ କାନ୍ତି ପାତ୍ର, ହୃଷିକେଶ ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଦେବାଶିଷ ବେହେରା,ଶ୍ରୀଧର ସାହୁ ଓ ରମେଶ ଗୋଛାୟତଙ୍କ ସମେତ ଗ୍ରାହକ ମାନଙ୍କ ପକ୍ଷରୁ କୁନା ପଣ୍ଡା,ଆଲୋକ ଧଳ, ସରୋଜ ବଳ, ମନୋରଞ୍ଜନ କର ପ୍ରମୁଖ ଯୋଗଦେଇ ୮୦ତମ ସ୍ଵାଧିନତା ଦିବସ ଉପରେ ଆଲୋକପାତ କରିବା ସହିତ ବ୍ୟାଙ୍କର
ଡିଏଲଡି କାମଦେବ ପଣ୍ଡା ଅସୁସ୍ଥ ଥିବାରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।

Leave A Reply

Your email address will not be published.