ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬
ପଟ୍ଟାମୁଣ୍ଡାଇ ତା ୫/୧୧– ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ସ୍ଥାନୀୟ ଅଢାଖଣ୍ଡ ମଠସାହି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି I ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକଙ୍କ ପୌରହିତ୍ୟ ଓ ଶିକ୍ଷକ ନେତା ମଳୟ କୁମାର ଜେନା ଙ୍କ ସଂଯୋଜନାରେ ଆୟୋଜିତ ଉଦଘାଟନ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ପ୍ରତିଭା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ Iପଟ୍ଟାମୁଣ୍ଡାଇ ବ୍ଲକ ସହକାରୀ ଶିକ୍ଷାଧିକାରୀ ସୁନିତୀ ଦାଶ ପୂର୍ବତନ ବ୍ଲକ ସହକାରୀ ଶିକ୍ଷାଧିକାରୀ ପ୍ରେମବାଳା ମହାପାତ୍ର, ସରକାରୀ ବାଳିକା ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଉର୍ମିଳା ଜେନା ବଡ଼ମୂଳବସନ୍ତ ସରପଞ୍ଚ ସନ୍ତୋଷ ସେଠୀ କଷଣଅଣ୍ଟା ହାଇସ୍କୁଲ ପ୍ରାକ୍ତନ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ଜେନା,ଅଢାଖଣ୍ଡ ମଠସାହି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ନିବେଦିତା ଦାଶ ସ୍କୁଲ ପରିଚାଳନା କମିଟି ସଭାପତି ଆଶାଲତା ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I କ୍ଲଷ୍ଟର ସି ଆର ସି ସି ନୀଳମଣି ବେହେରା ସ୍ୱାଗତ ଭାଷଣ ଓ ନୋଡାଲ ସି ଆର ସି ସି ସଂଘମିତ୍ରା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ I ଶେଷରେ ସି ଆର ସି ସି ଅରବିନ୍ଦ ବଳ ଧନ୍ୟବାଦ ଦେଇଥିଲେ I

ଏହି କାର୍ଯ୍ୟକ୍ରମକୁ ସି ଆର ସି ସି ବିଭୁ ରଞ୍ଜନ ସାହୁ, ଶୁଭଶ୍ରୀ ମାଝୀ ସତ୍ୟବ୍ରତ ସାମନ୍ତରାୟ ଆଶିଷ ମହାପାତ୍ର ଲଷ୍ମଣ ସେଠୀ ପୂର୍ବତନ ସି ଆର ସି ସି ରଞ୍ଜନ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ I ଅପରାହ୍ନରେ ପଟ୍ଟାମୁଣ୍ଡାଇ ବ୍ଲକ ସହକାରୀ ଶିକ୍ଷାଧିକାରୀ ସୁନିତୀ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମହାକାଳପଡା ବିଧାୟକ ଡ଼ ଦୂର୍ଗା ପ୍ରସନ୍ନ ନାୟକ ମୁଖ୍ୟଅତିଥି ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ ମୁଖ୍ୟବକ୍ତା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଅଜିତ କୁମାର ବାରିକ ବରଣ୍ୟ ଅତିଥି ସାଂସଦ ପ୍ରତିନିଧି ଭାରତ ଭୂଷଣ ଦାସ ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା, ପୂର୍ବତନ ପ୍ରଧାନଶିକ୍ଷକ ରାମ ଚନ୍ଦ୍ର ମିଶ୍ର ସି ଆର ସି ସି ନୀଳମଣି ବେହେରା ସମ୍ମାନିତଅତିଥି ଭାବେ ଯୋଗ ଦେଇ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ଶିଶୁ ମହୋତ୍ସବ ସୁରଭି ଏକ ବଳିଷ୍ଠ ପଦକ୍ଷେପ ବୋଲି ମତପ୍ରକାଶ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ I ସି ଆର ସି ସି ପ୍ରହଲ୍ଲାଦ ପଳାଇ ସ୍ୱାଗତଭାଷଣ ଓ ସି ଆର ସି ସି ଶ୍ରୀରାମ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ I ଶେଷରେ ସି ଆର ସି ସି ରଞ୍ଜନ ବେହେରା ଧନ୍ୟବାଦ ଦେଇଥିଲେ I ଏଥିରେ ବ୍ଲକର ୧୭ କ୍ଲଷ୍ଟରର ୭୨ ସ୍କୁଲର ପ୍ରାୟ ୩୦୦ ଛାତ୍ରଛାତ୍ରୀ ସମସ୍ତ ସି ଆର ସି ସି ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ I ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା I ଏହି କାର୍ଯ୍ୟକ୍ରମ ସି ଆର ସି ସି ସି ଆର ସି ସି ଲୋକନାଥ ନାୟକ ସି ଆର ସି ସି ବିନାୟକ ଦାଶ ସି ଆର ସି ସି ମନୋଜ ସେଠୀ ଏମ ଆଇ ଏସ ଆମ୍ର ପଲ୍ଲୀ ସାହୁଙ୍କ ସମେତ ବି ଇ ଓ ଅଫିସ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ I