ଝରୀଗାଁ,୭ /୧୦ (ନକୁଳ ଭତରା): ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଗୁରୁସିଙ୍ଗା ପଞ୍ଚାୟତ ଅଧୀନ କୁସୁମୀ ଗ୍ରାମର ବରିଷ୍ଠ ତଥା ପରିଚିତ ବ୍ୟକ୍ତି ତୁଳା ସିରାଙ୍କ ୭୫ ବର୍ଷ ବୟସରେ ଆଜି ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ କୁସୁମୀ ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ତୁଳା ସିରା ଦୀର୍ଘଦିନ ଧରି ଗ୍ରାମର ସାମାଜିକ ଜୀବନ ସହ ଜଡ଼ିତ ରହିବା ସହ ପୂର୍ବପୁରୁଷଙ୍କ ପରମ୍ପରା ଓ ସଂସ୍କୃତିକୁ ଆଗକୁ ନେବାରେ ଭୂମିକା ନେଇଥିଲେ। ଗ୍ରାମର ବିଭିନ୍ନ ସାମାଜିକ ଓ ପାରମ୍ପରିକ କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତି ରହୁଥିଲା। ସରଳ, ମିଶୁକ ଓ ଅମାୟିକ ସ୍ୱଭାବ ପାଇଁ ସେ ଗ୍ରାମବାସୀଙ୍କ ନିକଟରେ ପରିଚିତ ଥିଲେ।
ତାଙ୍କ ବିୟୋଗରେ ପରିବାର, ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଶୋକ ପ୍ରକାଶ କରିଛନ୍ତି। ଜଣେ ବରିଷ୍ଠ ବ୍ୟକ୍ତିଙ୍କୁ ହରାଇ ଗ୍ରାମବାସୀ ଦୁଃଖ ପ୍ରକାଶ କରିବା ସହ ତାଙ୍କ ସ୍ମୃତିକୁ ମନେ ପକାଇଛନ୍ତି। ତାଙ୍କ ବିୟୋଗରେ କୁସୁମୀ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।