ଗଜପତି,୨୪.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ମୋହନା ବ୍ଲକ ସଦର ମହକୁମାସ୍ଥିତ କଲେଜ ଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାର ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ବିଶ୍ରାମଗାର ମଧ୍ୟରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ରହିଥିବାରୁ ଏହା ଯାତ୍ରୀଙ୍କ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଅପରିଷ୍କାର ପରିବେଶ ଯୋଗୁଁ ଯାତ୍ରୀମାନେ ସେଠାରେ ବସିବାକୁ ନିରାପଦ ମନେ କରୁନାହାନ୍ତି।ଫଳରେ ବସ୍କୁ ଅପେକ୍ଷା କରୁଥିବା ଯାତ୍ରୀମାନେ ବାଧ୍ୟ ହୋଇ ଖରା, ବର୍ଷା ଓ ଶୀତ କାକରରେ ରାସ୍ତାକଡ଼ରେ ଠିଆ ହୋଇ ରହୁଛନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ବିଶ୍ରାମଗାରଟି ଥାଇ ମଧ୍ୟ କାମରେ ଆସୁନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ବିଶ୍ରାମଗାରର ସଫେଇ କରିବା ସହ ଏହାକୁ ପୁନର୍ବାର ବ୍ୟବହାର ଉପଯୋଗୀ କରିବା ଏବଂ ନିୟମିତ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବାକୁ ଜନସାଧାରଣ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.