ଗୋଲିଆରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଯୋଗୁଁ ପାଣି ମୋଟର ଅଚଳ

ଜଳଯୋଗାଣ ଠପ୍ , ଲୋକେ ହଟହଟା , ପ୍ରତିକାର ଦାବି

ଗଞ୍ଜାମ ବୁଗୁଡ଼ା:  (ଡ଼. କୁମୁଦ ଚନ୍ଦ୍ର ବେହେରା ) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଲିଆ ଗ୍ରାମ ରେ ଏକ ସପ୍ତାହ ହେଲା ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ି ଯୋଗୁଁ ପମ୍ପ ହାଉସ ମୋଟର ଅଚଳ ହୋଇଯାଇଛି। ଫଳ ରେ ଜଳ ଯୋଗାଣ ପୁରାପୁରି ଠପ୍ ଘଟିଚି। ଲୋକେ ପାଣି ପାଇଁ ହଟହଟା ର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ସେତେଟା ବ୍ୟବହାର ରେ ଆସୁନଥିବା କୂପ ଓ ନଳକୂପ ଗୁଡ଼ିକ ଉପରେ ଲୋକେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଗାଁର କୂପ ଓ ନଳକୂପ ଗୁଡ଼ିକ ରେ ପାଣି ପାଇଁ ଭିଡ଼ ଜମୁଛି । ବହୁ ବିଳମ୍ବ ରେ ନଳକୂପ ରୁ ପାଣି ହାଣ୍ଡିଏ କିମ୍ବା ବାଲଟିଏ ମିଳୁଛି । ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବାରୁ ଲୋକଙ୍କ ମଧ୍ୟ ରେ ଅସନ୍ତୋଷ ଦେଖା ଦେଇଛି । ଏଣୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପ୍ରତିକାର ବ୍ୟବସ୍ଥା କରିବାକୁ ଗ୍ରାମବାସୀଙ୍କ ପକ୍ଷ ରୁ ଦାବି ହେଉଛି ।

Comments are closed.