ନମସ୍ତେ ମାତା ପଦ୍ମାଳୟା

ଅର୍ଜୁନୀ ଚରଣ ବେହେରା

ନମସ୍ତେ ମାତା ପଦ୍ମାଳୟା l
ଜଗଜ୍ଜନନୀ ବିଷ୍ଣୁ ଜାୟା ll
ପଦ୍ମିନୀ ପଦ୍ମା ପଦ୍ମଗନ୍ଧା l
ଜଗତ ତୋର ପଦେ ଛନ୍ଦା ll
ଚାରୁ ହାସିନୀ ଚନ୍ଦ୍ର ମୁଖୀ l
ସ୍ମରଣେ ଦୁଃଖ ଯାଏ ସୁଖି ll
ପିତା ତୋହର ରତ୍ନାକର l
ତୁ ଅଟୁ ରତନ ଭଣ୍ଡାର ll
ପଦ୍ମ ଆସନୀ ପଦ୍ମାନନୀ l
ଶ୍ୱେତ ଅମ୍ବରୀ ନାରାୟଣୀ ll
ତୁ ଅଟୁ ସାଗର ସମ୍ଭବା l
ବିଷ୍ଣୁ ଚରଣେ ତୋର ସେବା ll
ଐଶ୍ୱର୍ଯ୍ୟ ଦାତ୍ରୀ ଅନ୍ନପୂର୍ଣ୍ଣା l
କୋପେ ତୋ ନମିଳଇ ଦାନା ll
ଅଷ୍ଟ ଐଶ୍ୱର୍ଯ୍ୟ ଅଧିଷ୍ଠାତ୍ରୀ l
ମଙ୍ଗଳମୟୀ ପୁଣ୍ୟ ଗାର୍ତ୍ତ୍ରୀ ll
କରାଗ୍ରେ ବସତି ତୋହରି l
ପ୍ରାତେ ସ୍ମରନ୍ତି ନର ନାରୀ ll
ଲୋକ ଜନନୀ ଲୋକମାତା l
ପରମ ବୈଷ୍ଣବୀ ତୁ ମାତା ll
ଚଞ୍ଚଳ ଗତି ତୁ ଚଞ୍ଚଳା l
ପୂଜନେ ନକରିବି ହେଳା ll
ଶ୍ରୀପୀଠେ ମାତ ସୁର ପୂଜ୍ୟା l
ତୋ ପଦେ ନମେ ମା ସିନ୍ଧୁଜା ll
🙏🙏🙏
ଅର୍ଜୁନୀ
———–
ମୋ -7693091971

Comments are closed.