ଓସେପା ଯୁଗ୍ମ ନିର୍ଦ୍ଦେଶିକା ଡ଼ଃ ଜସ୍ମିନୀ ପଟ୍ଟନାୟକ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ
ପଟ୍ଟାମୁଣ୍ଡାଇ ୧/୧୦ : ଓସେପା ଯୁଗ୍ମ ନିର୍ଦ୍ଦେଶିକା ଡଃ ଜସ୍ମିନୀ ପଟ୍ଟନାୟକ ପି ଏମ୍ ଶ୍ରୀ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରିଛନ୍ତି । ଶ୍ରୀମତୀ ପଟ୍ଟନାୟକଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗର ଏଡିଓ ଶ୍ରୀମତୀ ଦୀପ୍ତି ନାୟକ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ସ୍କୁଲର ଶ୍ରେଣୀଗୃହ, ଇ ଲାଇବ୍ରେରୀ, ସ୍ମାର୍ଟ ବୋର୍ଡ କ୍ଲାସ ରୁମ୍, ଶୌଚାଳୟ, ରୋଷଇ ଗୃହ, ଧନ୍ଦା ମୁଳକ ଶିକ୍ଷା ଗୃହ, ଅଟଳ ଲବ୍ରୋଟରୀ,ରୋଵୋଟିକ ଲବ୍ରୋଟରି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ ଖାତା, ଲେସନ୍ ନୋଟ, ବିଗତ ବର୍ଷ ମାନଙ୍କରେ ମାଟ୍ରିକ ପରୀକ୍ଷା ରେଜେଲ୍ଟ, ଓ ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା ଉପରେ ଅନୁଧ୍ୟାନ କରିଵା ସହିତ ଚଳିତ ବର୍ଷ ବିଦ୍ୟାଳୟ ମାଟ୍ରିକ ପରୀକ୍ଷାରେ ଭଲ ସଫଳତା ଆଣିବାକୁ ଉତ୍ସାହିତ କରିଥିଲେ। ଏହି ପରିଦର୍ଶନରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶୀ ଅଶୋକ କୁମାର ରାଉତରାୟ, ବରିଷ୍ଠ ଶିକ୍ଷକ ଶ୍ରୀ ଅଶୋକ କୁମାର ଦାସ, ଏନ୍ ସି ସି ଶିକ୍ଷକ ଶ୍ରୀ ସରୋଜ କୁମାର ସ୍ବାଇଁ, ସୂଜୟ କୁମାର ରାଉତ ରାୟ, ଅନିଲ କୁମାର ଦାସ,ଶିକ୍ଷୟତ୍ରୀ ଅନିତା ଧଳ, ମାନସୀ ମହାନ୍ତି,ଗୋମତୀ ସ୍ବାଇଁ, ଜ୍ୟୋତି ଲକ୍ଷ୍ମୀ ବେହେରା, ଶିବଶଙ୍କର ବାରିକ, ବ୍ରଜ କିଶୋର ମାଝୀ ପ୍ରଭୃତି ସହଯୋଗ କରିଥିଲେ ।