ଗାନ୍ଧିଜୟନ୍ତୀ ଅବସରରେ- ଏଫ୍.ଏମ୍. କଲେଜ ପୁରାତନ ଛାତ୍ର ସଂସଦ ପକ୍ଷରୁ ବାଲେଶ୍ଵର ବାଳାଶ୍ରମରେ ଅନୁଷ୍ଠିତ ହେଲା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

0
​ବାଲେଶ୍ୱର, ୨/୧୦(କୃଷ୍ଣ କୁମାର ମହାନ୍ତି): ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଫକୀର ମୋହନ କଲେଜର ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ବାଲେଶ୍ୱର ବାଳାଶ୍ରମ ଠାରେ ଅନ୍ତେବାସୀ ଛାତ୍ରମାନଙ୍କ ନିମନ୍ତେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
​ପୁରାତନ ଛାତ୍ର ସଂସଦର ସଭାପତି ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବାଳାଶ୍ରମର ୭ ରୁ ୧୫ ବର୍ଷ ବୟସର ଅନ୍ତେବାସୀ ଛାତ୍ରମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
ଏହି ଅବସରରେ କେତେକ ଛାତ୍ରଙ୍କର ହିମୋଗ୍ଲୋବିନ୍ ପରୀକ୍ଷା କରାଯିବା ସହ ସେମାନଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରାମର୍ଶ ଏବଂ ମାଗଣା ଔଷଧ ବଣ୍ଟନ କରାଯାଇଥିଲା।
​କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂଜ୍ୟପୂଜା ଅବସରରେ ଗାନ୍ଧୀ ଜୟନ୍ତୀ ଓ ଲାଲବହାଦୁର ଶାସ୍ତ୍ରୀ ଜୟନ୍ତୀର ମହତ୍ତ୍ୱ ଏବଂ ସ୍ୱାସ୍ଥ୍ୟ ସୁରକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀ, ସାଧାରଣ ସମ୍ପାଦକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଏବଂ ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ ସ୍ୱାସ୍ଥ୍ୟ ସଚେତନତା ଓ ମାନବସେବା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
​ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଡା. ପ୍ରଭାତ ଚନ୍ଦ୍ର ଚୌଧୁରୀ, ଡା. ସୁକାନ୍ତ ପରିଡ଼ା ଏବଂ ‘ଇଣ୍ଡିକମ୍ ଚେରିଶିରୋ’ କମ୍ପାନୀର ସୌରାଜ କୁମାର ମିଶ୍ର ଶିଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରିଥିଲେ।
​ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପୁରାତନ ଛାତ୍ର ସଂସଦର ଉପ-ସଭାପତି ଅନୀଲ କୁମାର ପଟ୍ଟନାୟକ, ଚିତ୍ରାରାଣୀ ପାତ୍ର, ସୁରଜିତ ମହାପାତ୍ର,ପୀତମ୍ବର ଦାସ, ଅମୃତାଂଶୁ ପଟ୍ଟନାୟକ ,ରାମଚନ୍ଦ୍ର ସେଠୀ ,ଦେବାଶିଷ ପାଢୀ ,ସୁରଜିତ ମହାପାତ୍ର ,ପ୍ରାର୍ଥ ସାରଥୀ ଆଶ ପ୍ରମୁଖ ସକ୍ରିୟ ଯୋଗଦାନ କରିଥିଲେ।
ଏଥିସହିତ ବାଳାଶ୍ରମର ସୁପରିଟେଣ୍ଡେଣ୍ଟ ସୁବ୍ରତ ମହାପାତ୍ର, ପାରାମେଡିକାଲ ଷ୍ଟାଫ୍ ସୁପ୍ରଭା ସାହୁ, ମହାନ୍ତି, ହାଉସ୍ ମଦର ସବିତା ରାଣୀ ପାତ୍ର, ତପସ୍ୱିନୀ ରାଉତ, ସୁକାନ୍ତ ପ୍ରଧାନ ଏବଂ ଟୁଟୁ ଘଡ଼ାଇ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
Leave A Reply

Your email address will not be published.