କୋଦଳା : ଗଞ୍ଜାମ ଜିଲା କୋଦଳା ଥାନା ଅନର୍ଗତ ମର୍ଦକୋଟ ପଞ୍ଚାୟତର ଚଢ଼େୟାପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ୩ମାସର ଭତ୍ତା ନମିଳିବା ନେଇ ଜଣେ ବୃଦ୍ଧାଙ୍କ କୀଟନାଶକ ପିଇ ଜୀବନ ହାରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଚଢ଼େୟାପଡା ଗ୍ରାମର ବି.ସାବିତ୍ରୀ ଦୋରା(୭୧) ତିନିମାସ ହେଲା ଭତ୍ତା ନମିଳିବାରୁ ଆର୍ଥିକ ଅନଟନ ଓ ଚିନ୍ତାରେ ଚରମ ପଦକ୍ଷେପ ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ତିନି ମାସ ଧରି ସେ ଭତ୍ତା ପାଇନଥିଲେ। ଭତ୍ତା ଟଙ୍କା ଉପରେ ନିର୍ଭର କରି ଚଳୁଥିବା ସାବିତ୍ରୀ ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିପାରୁନଥିଲେ। ସାବିତ୍ରୀଙ୍କ ସ୍ୱାମୀଙ୍କ ପୂର୍ବରୁ ମୃତ୍ୟୁ ହୋଇଯାଇଥିବାବେଳେ ୩ ଝିଅ ବିବାହ କରି ବାହାରେ ଅଛନ୍ତି। ଭତ୍ତା ଟଙ୍କା ଆସିଛି କି ନାହିଁ ତାହା ଜାଣିବା ପାଇଁ ସେ ବାରମ୍ବାର ଜନସେବା କେନ୍ଦ୍ରକୁ ଯିବା ପରେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ ଓ ଚିନ୍ତିତ ରହୁଥିଲେ। ଶେଷରେ ରବିବାର ମଧ୍ୟାହ୍ନରେ ସାବିତ୍ରୀ କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ କୋଦଳା ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲକୁ ରେଫର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଶବ ବ୍ୟବଛେଦ କରିଥିଲେ। ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତେବେ ପ୍ରକୃତରେ ଭତ୍ତା ନମିଳିବା ଯୋଗୁଁ ନାଁ ଏହା ପଛରେ ଅନ୍ୟ କିଛି କାରଣ ଅଛି ତଦନ୍ତ କରାଯିବାକୁ ଦାବି ହୋଇଛି।
Sign in
Sign in
Recover your password.
A password will be e-mailed to you.
Comments are closed.