ଭୁବନେଶ୍ୱର : ଭୁବନେଶ୍ୱର ପାହାଳ ଥାନା ଭୀମପୁରରେ ହତ୍ୟାକାଣ୍ଡ। ଭୀମପୁର କେନାଲ ପଠାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ମୃତ ଯୁବକ ଅନନ୍ତପୁର ଗ୍ରାମର ପ୍ରଭାତ ବେହେରା। ହତ୍ୟାକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି। ପ୍ରଭାତଙ୍କ ମୁଣ୍ଡ ଓ ମୁହଁରେ ଏକାଧିକ ଜାଗାରେ ଗଭୀର କ୍ଷତ ଚିହ୍ନ ରହିଛି। ମୃତଦେହ ପାଖରେ ଏକ ପ୍ଲାଷ୍ଟିକ ପାଇପ ଓ ଭଙ୍ଗା ମଦ ବୋତଲ ପଡିଛି।
କିଛି ଦୂରରେ ପ୍ରଭାତଙ୍କ ସ୍କୁଟି ପଡ଼ିଛି। ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ଓ ସାଇଣ୍ଟଫିକ ଟିମ୍ ପହଞ୍ଚି ତଦନ୍ତ କରୁଛି। ପ୍ରଭାତଙ୍କ ପରିବାର ଲୋକଙ୍କ କହିବା କଥା ଗତକାଲି ରାତି ୧୨ଟା ବେଳେ ବାଲି ବ୍ୟବସାୟୀ ଟେନିସ ପାତ୍ର ପୁଅକୁ ଘରୁ ଡାକି ନେଇଥିଲେ। ସେ ହିଁ ମଦ ପିଆଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି।
Comments are closed.