ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ସଦସ୍ୟମାନଙ୍କ ତାମିଲନାଡ଼ୁ ଗସ୍ତ

0

ଭୁବନେଶ୍ୱର: ଓଡିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି – ୭ ର ଅଧ୍ୟକ୍ଷ ସୁଧୀର ରଂଜନ ପାଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟିର ସଦସ୍ୟମାନେ ଅଗଷ୍ଟ ୬ରୁ ତେଲେଙ୍ଗାନା ଓ ତାମିଲନାଡ଼ୁ ରାଜ୍ୟ ଗସ୍ତରେ ଯାଇଛନ୍ତି। ଷ୍ଟାଣ୍ଡିଂ କମିଟିର ସଦସ୍ୟ ତୁଷାରକାନ୍ତି ବେହେରା, ଟଙ୍କଧର ତ୍ରୀପାଠୀ, ଅଗସ୍ତି ବେହେରା ଓ ଦୁର୍ଗା ଚରଣ ତନ୍ତୀ ପ୍ରମୁଖ ମାନ୍ୟବର ବିଧାୟକମାନଙ୍କ ସହ ବିଧାନସଭା ତରଫରୁ କମିଟି ଅଧୀକାରୀ ଈଶ୍ୱର ଚନ୍ଦ୍ର ନାୟକ ଓ ପ୍ରଶାନ୍ତ କୁମାର ଦାସ ମଧ୍ୟ ଏହି ଗସ୍ତରେ ସାମିଲ ଅଛନ୍ତି।

କମିଟିଙ୍କ ଗସ୍ତ କାଳରେ ୭ ତାରିଖ ଦିନ ତେଲେଙ୍ଗାନା ରାଜ୍ୟ ବିଧାନସଭା ପରିଦର୍ଶନ କରିବା ପରେ ୯ ତାରିଖ ଦିନ ତାମିଲନାଡୁ ରାଜ୍ୟରେ ଥିବା ମଦୁରାଇ ଠାରେ ଥିବା ଥୁଆଗରାଜର ଇଂଜିନିୟରିଂ କଲେଜ ପରିଦର୍ଶନ କରିଥିଲେ। ସେଠାରେ ଥିବା ଟେକନିକାଲ ଲ୍ୟାବ, ଅଧ୍ୟୟନ କକ୍ଷ ସହିତ ଇଲେକ୍ଟ୍ରୋନିକ ସେଣ୍ଟର ଅଫ ଡିଜାଇନ ଏବଂ ମାନୁଫାକଚରିଙ୍ଗ ମଧ୍ୟ ପରିଦର୍ଶନ କରିଥିଲେ। ଏତଦ୍ବ୍ୟତୀତ କଲେଜ ପରିଚାଳନା ସହିତ ବୈଷୟିକ ଜ୍ଞାନକୌଶଳର ଉପଯୋଗିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲ। ଏଠାରେ ଦିଆଯାଉଥିବା ବୈଷୟିକ ଜ୍ଞାନକୌଶଳର ଶିକ୍ଷାକୁ ଓଡିଶାରେ ଉପଯୋଗ କରାଯାଇ ବୈଷୟିକ ଶିକ୍ଷା କ୍ଷେତ୍ରରେ କିପରି ସଂସ୍କାର ଅଣାଯାଇପାରିବ ତାହା ଉପରେ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.