ନୂଆଦିଲ୍ଲୀ : ଦିନକୁ ଦିନକୁ ବଢୁଛି ଅପରାଧ, ଅଶାନ୍ତ ହେଉଛି ଓଡ଼ିଶା। ହିଂସାତ୍ମକ ଅପରାଧରେ ଓଡ଼ିଶାର ଅଲୋଡା ରେକର୍ଡ। ୨୦୨୪ ଏନସିଆରବି ତଥ୍ୟକୁ ନେଇ ବଢିଛି ଚିନ୍ତା। ୨୦୨୪ ମସିହାରେ ଓଡ଼ିଶା ସର୍ବାଧିକ ହିଂସାତ୍ମକ ଅପରାଧ ରେକର୍ଡ କରିଥିଲା ଏବଂ ମହିଳା ବିରୋଧୀ ଅପରାଧ ହାରରେ ଦେଶବ୍ୟାପୀ ଦ୍ୱିତୀୟ ସ୍ଥାନରେ ଥିଲା ବୋଲି ସଦ୍ୟତମ NCRB ରିପୋର୍ଟ ପ୍ରକାଶ ପାଇଛି।
୨୦୨୪ରେ ୭୫,୪୦୩ ହିଂସାତ୍ମକ ଅପରାଧ ଏବଂ ୨୭,୪୪୯ଟି ମହିଳା ବିରୋଧୀ ହିଂସା ଘଟଣା ସାମ୍ନାକୁ ଆସିଛି। ଆଉ ଏହି ସଂଖ୍ୟା ବୟାନ କରୁଛି, ଯେ ରାଜ୍ୟରେ ପୋଲିସକୁ ଭୟ କରୁନାହାନ୍ତି ଅପରାଧୀ।
୨୦୨୪ ମସିହାରେ ଓଡ଼ିଶା ସର୍ବାଧିକ ହିଂସାତ୍ମକ ଅପରାଧ ରେକର୍ଡ କରିଥିଲା ଏବଂ ମହିଳା ବିରୋଧୀ ଅପରାଧ ହାରରେ ଦେଶବ୍ୟାପୀ ଦ୍ୱିତୀୟ ସ୍ଥାନରେ ଥିଲା ବୋଲି ସଦ୍ୟତମ NCRB ରିପୋର୍ଟ ପ୍ରକାଶ କରିଛି। ୨୦୧୧ ଜନଗଣନା ଆଧାରରେ ୨୦୨୪ ମସିହାର ମଧ୍ୟଭାଗର ଆକଳନ କରାଯାଇଥିବା ଜନସଂଖ୍ୟା ବ୍ୟବହାର କରି ପ୍ରତି ଲକ୍ଷ ଜନସଂଖ୍ୟାରେ ଅପରାଧ/ପୀଡିତାଙ୍କ ସଂଖ୍ୟା ଉପରେ ଅପରାଧ ହାର ଗଣନା କରାଯାଇଛି।
୧ ଲକ୍ଷ ଜନସଂଖ୍ୟାରେ ୧୬୧ ଜଣ ହିଂସାତ୍ମକ ଅପରାଧର ଶିକାର ହୋଇଛନ୍ତି। ୨୦୧୧ ଜନସଂଖ୍ୟା ଅନୁସାରେ ପ୍ରକାଶ ପାଇଛି ତଥ୍ୟ। ସେହି ଅନୁସାରେ ବିହାରରେ ୧ ଲକ୍ଷରେ ୮୩ ଜଣ ଅପରାଧର ଶିକାର ହୋଇଛନ୍ତି। ୨୦୨୪ରେ ୭୫ ହଜାର ୪୦୩ ହିଂସାତ୍ମକ ଅପରାଧ ଘଟିଥିଲା। ଜନସଂଖ୍ୟା ହାରରେ ଓଡ଼ିଶା ଅପରାଧରେ ପ୍ରଥମ। ତେବେ ସଂଖ୍ୟା ଅନୁସାରେ ବିହାରରେ ସର୍ବାଧିକ ହିଂସାତ୍ମକ ଅପରାଧ ହୋଇଛି।
୨୦୨୪ ତଥ୍ୟ ଅନୁସାରେ ବିହାରରେ ୧ ଲକ୍ଷ ୭ ହଜାର ୩୦୩ ମାମଲା ରେକର୍ଡ ହୋଇଛି। ମହିଳା ବିରୋଧୀ ଅପରାଧରେ ଓଡ଼ିଶା ଦ୍ୱିତୀୟ। ୨୦୨୪ରେ ୨୭ ହଜାର ୪୪୯ ମାମଲା ରେକର୍ଡ ହୋଇଥିଲା। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୧୮ ମହିଳା ବିରୋଧୀ ଅପରାଧ ମାମଲା ରହିଥିଲା। ତେଲଙ୍ଗାନାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୨୮ ମହିଳା ବିରୋଧୀ ଅପରାଧ ଘଟିଛି। ୨୦୨୪ରେ ଦେଶରେ ତେଲଙ୍ଗାନା ମହିଳା ଅପରାଧରେ ଥିଲା ପ୍ରଥମ।
Comments are closed.