ଭୁବନେଶ୍ୱର : ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଏକ ସ୍ବତନ୍ତ୍ର ଟିଭି ଚ୍ୟାନେଲ କରାଯିବ। ଏନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତାବିତ ନୂଆ ଚ୍ୟାନେଲର ରୂପରେଖ, ଦୈନିକ କାର୍ଯ୍ୟକ୍ରମ, ଜଗନ୍ନାଥ ସଂସ୍କୃତିର ପରିବ୍ୟାପ୍ତି, ଭକ୍ତଙ୍କ ମନରେ ଜଗନ୍ନାଥଙ୍କୁ ନେଇ ଥିବା ଭାବନାର ପରିପ୍ରକାଶ ସମ୍ବନ୍ଧୀୟ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଚ୍ୟାନେଲର ପ୍ରତିଷ୍ଠା ନେଇ ପ୍ରାଥମିକ ପର୍ଯ୍ୟାୟରେ ଥିବା ଏହି ଆଲୋଚନା ବେଶ୍ ସକାରାତ୍ମକ ବୋଲି ମନ୍ତ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି। ଏହାସହ ଜଗନ୍ନାଥଙ୍କ ସଂସ୍କୃତିକୁ ନେଇ ସାରା ବିଶ୍ୱବାସୀଙ୍କୁ ଅବଗତ କରାଇବା ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଅଧିକ ଗବେଷଣା ଓ ଆଲୋଚନା ସହ ଜଗନ୍ନାଥଙ୍କ ମହିମା ଓ ଭାବାବେଗ ନେଇ ଭକ୍ତଙ୍କ ଅନୁଭୂତିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ନେଇ ଆସିଥିବା ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା ହୋଇଛି। ପରବର୍ତ୍ତୀ ସମୟରେ ଏହା ଉପରେ ଅଧିକ ଆଲୋଚନା କରାଯିବା ସହ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Comments are closed.