ବ୍ରହ୍ମପୁର: ପୋଲାଣ୍ଡରେ ଟ୍ରେନିଂ ନେଇ ଫେରିଛନ୍ତି ବ୍ରହ୍ମପୁରର ବିଶ୍ବଜିତ। ବ୍ୟୋମ ସେତୁ ଆନାଲଗ ସ୍ପେସ ମିଶନରୁ ୧ ମାସ ଟ୍ରେନିଂ ନେଇଥିବା ସେ ହେଉଛନ୍ତି ପ୍ରଥମ ଓଡ଼ିଆ ସ୍ପେସ ଆର୍କିଟେକ୍ଟ। ବିଶ୍ୱଜିତଙ୍କ ତତ୍ତ୍ବାବଧାନରେ ପୋଲାଣ୍ଡରେ ପ୍ରଶିକ୍ଷଣରେ ଭାରତରୁ ମାତ୍ର ୭ ଜଣ ଭାଗ ନେଇଥିଲେ।



ଏଥିରେ ଯୁଦ୍ଧ ଜାହାଜ ଗୁଡ଼ିକର ପାଇଲଟଙ୍କୁ ଟ୍ରେନିଂ ଦିଆଯାଇଥିଲା। ବିଶେଷ କରି ଉଚ୍ଚ ଆକାଶରେ ଉଡୁଥିବା ବେଳେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ନିଜକୁ କିଭଳି ସୁରକ୍ଷିତ ରଖିବେ ସେହି ସମ୍ପର୍କରେ ଟ୍ରେନିଂ ଦିଆଯାଉଥିଲା। ସେହିଭଳି ମହାକାଶକୁ ପଠା ଯାଉଥିବା ସାଟେଲାଇଟର ଡିଜାଇନ୍ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।
Comments are closed.