ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପହଞ୍ଚିଛନ୍ତି ନୂଆ ଅତିଥି। ଗୁଜରାଟର ବନ୍ତାରା ଚିଡ଼ିଆଖାନାରୁ ୭ଟି ଭିନ୍ନ ପ୍ରଜାତିର ବିରଳ ଜୀବଜନ୍ତୁ ଓ ପକ୍ଷୀ ନନ୍ଦନକାନନକୁ ଅଣାଯାଇଛି। ଏହି ନୂଆ ପ୍ରାଣୀଙ୍କ ମଧ୍ୟରେ ଜେବ୍ରା, କଙ୍ଗାରୁ, ୱାଇଲ୍ଡବିଷ୍ଟ, ମିରକାଟ୍, ମାକାଓ ଓ କାସାୱାରି ଭଳି ବହୁ ବିରଳ ପ୍ରଜାତି ଅନ୍ତର୍ଭୁକ୍ତ। ନନ୍ଦନକାନନରେ ପୂର୍ବରୁ ଥିବା ଜେବ୍ରାର ମୃତ୍ୟୁ ପରେ ଏହାର ଖୁଆଡ଼ ଦୀର୍ଘଦିନ ହେବ ଖାଲି ପଡ଼ିଥିଲା। ଏବେ ପୁଣି ଥରେ ନୂଆ ଜେବ୍ରା ଆସିବା ପରେ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସୁରକ୍ଷା ଓ ସ୍ୱାସ୍ଥ୍ୟଗତ କାରଣରୁ ବର୍ତ୍ତମାନ ସମସ୍ତ ନୂଆ ଅତିଥିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ପ୍ରାୟ ମାସକ ପରେ ସେମାନଙ୍କୁ ନିଜ ନିଜ ଖୁଆଡ଼କୁ ଛଡ଼ାଯିବ। ଯାହା ପରେ ପର୍ଯ୍ୟଟକମାନେ ଏହି ନୂଆ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ।

Comments are closed.