ନୂଆଦିଲ୍ଲୀ : ଦ୍ବିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଆଫଗାନିସ୍ତାନକୁ ୧୭୦ ରନରେ ପରାସ୍ତ କଲା ଭାରତ । ୪୦୩ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୪୪ ଓଭର ୩ ବଲରେ ଅଲଆଉଟ୍ ହୋଇଛି ଆଫଗାନିସ୍ତାନ।ଶୁବମନ ଗିଲ ଓ ଇଶାନ କିଶନଙ୍କ ଶତକ ବଳରେ ଭାରତର ବିଶାଳ ସ୍କୋର କରିବାରେ ସଫଳ ହୋଇଥିଲା। ଭାରତ ବୋଲିଂ ଆଗରରେ ଚିତପଟାଙ୍ଗ ହୋଇପଡିଲେ ଆଫଗାନିସ୍ତାନ ବ୍ୟାଟର। ଭାରତ ପକ୍ଷରୁ ଗୁରନୂର ବ୍ରାର ଏବଂ ଅର୍ଶଦୀପ ୩ଟି ଲେଖାଏଁ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି।
ଆଫଗାନିସ୍ତାନ ପକ୍ଷରୁ ରହମତ ଶାହ ସର୍ବାଧିକ ୭୯ ରନ୍ ସଂଗ୍ରହ କରିଥିଲେ। ସିଦ୍ଦିକୁଲ୍ଲା ଅଟଳ ୪୨ ରନ୍, ରହମାନୁଲ୍ଲା ଗୁରବାଜ ୪୧ ରନ୍ ଏବଂ ଇବ୍ରାହିମ ଜର୍ଦାନ ୨୧ ରନ୍ ସଂଗ୍ରହ କରିଥିଲେ। ରସିଦ ଖାନ ୧୨ ରନ୍ ସଂଗ୍ରହ କରିଥିବା ବେଳେ ଅନ୍ୟ ବ୍ୟାଟରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ଏବଂ ଗୁରନୁର ବ୍ରାର ୩-୩ ୱିକେଟ୍ ଅକ୍ତିଆର କରିଥିଲେ। ପ୍ରୀନ୍ସ ଯାଦବ ୨ଟି ଏବଂ ୱାସିଂଟନ ସୁନ୍ଦର ଗୋଟିଏ ୱିକେଟ ନେଇଥିଲେ।
ଭାରତୀୟ ଟିମ୍ ୪୯.୫ ବଲରେ ଅଲଆଉଟ ୪୦୨ ରନ କରିବାରେ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ।ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ସର୍ବାଧିକ ୧୧୦ ବଲରେ ୨୨ଚୌକା,୨ ଛକା ମାରି ୧୫୪ ରନର ବଡ ପାଳି ଖେଳିଛନ୍ତି।ଇଶାନ କିଷନ ୭୯ ବଲରେ ୧୪ ଚୌକା, ୭ ଛକା ମାରି ୧୨୫ ରନ କରିଛନ୍ତି।ରୋହିତ ଶର୍ମା ୪୮ ରନ୍ କରି ଆଉଟ୍ ହୋଇଛନ୍ତି। ଅର୍ଦ୍ଧଶତକରୁ ମାତ୍ର ୨ ରନ ପାଇଁ ବଞ୍ଚିତ ହୋଇଥିଲେ। ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟସ ୨୬ ଏବଂ ସୁନ୍ଦର ୧୯ ରନ କରିବାରେ ସକ୍ଷମ ହୋଇଥିଲେ। ଦଳର ବାକି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ସେପଟେ ଆଫଗାନିସ୍ତାନ ପକ୍ଷରୁ ଏନ.ଖରୋଟିଙ୍କୁ ୪ ଓ ରଶିଦ ଖାନଙ୍କୁ ୩ ୱିକେଟ ନେଇଛନ୍ତି।ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା
Comments are closed.