ପ୍ରକୃତି ଓ ପରିବେଶ
………………………………….
ମଣିଷ ଓ ଜୀବଜଗତ ତିଷ୍ଟି ରହିବା ପାଇଁ ପ୍ରକୃତି ଓ ପରିବେଶ ନିତାନ୍ତ ଆବଶ୍ୟକ ।
” ଆହା ! କି ପ୍ରକୃତି ସବୁଜ ଧରା
ଆମ ଚାରି ନିବାସ ର
ସୁ ସୌନ୍ଦର୍ଯ୍ୟ ମୟ ଏ ପରିବେଶ
ପ୍ରକୃତି ପରିବେଶର ।”
ଆମ ଚାରି ପାଖରେ ଥିବା ପ୍ରାକୃତିକ ପରିବେଶ ଯେଉଁଠି ଆମେ ବସବାସ କରୁଛୁ ସେହି ପ୍ରକୃତି ଆମର ସବୁଠୁ ଭଲ ବନ୍ଧୁ ।ଏହା ଆମକୁ ବଞ୍ଚିବା ପାଇଁ ବିଭିନ୍ନ ସାମଗ୍ରୀ ଯୋଗାଇଛି । ଜୀବନ ନିର୍ବାହ ପାଇଁ ଆମେ ସେହି ପ୍ରକୃତି ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ,ଏହା ଆମର ଜୀବନ ।
ପ୍ରକୃତି ଆମକୁ ପିଇବା ପାଇଁ ଜଳ,ଖାଇବା ପାଇଁ ବିଭିନ୍ନ ସ୍ଵାଦିଷ୍ଟ ଖାଦ୍ୟ ଏବଂ ପିନ୍ଦିବା ପାଇଁ ବସ୍ତ୍ର ଓ ରହିବା ପାଇଁ ବାସଗୃହ ଦେଇଛି । ଜୀବ ଏଠାରେ ଖୁବ୍ ଭଲରେ ଚଳନ୍ତି ଏହି ପ୍ରକୃତି ରାଣୀର ଦରକାର ।
ପ୍ରକୃତି ଭଗବାନଙ୍କର ଅମୂଲ୍ୟ ବରଦାନ । ପ୍ରକୃତି ଆମ ପାଇଁ ବହୁତ ମୂଲ୍ୟବାନ ଯାହାବିନା ଆମେ ବଞ୍ଚି ପରିବା ନାହିଁ ।
” କି ପ୍ରକୃତି ଶାଡି ରଙ୍ଗ ଧଡ଼ି
ପୁଷ୍କରିଣୀ ବଳି ହୋଇଛି
ଜୀବଜଗତ ବସବାସ ରେ
ସୁନ୍ଦର ପରିବେଶ ଅଛି ।”
ପ୍ରକୃତିର ମଣିଷ ସନ୍ତାନ ପାଇଁ ପ୍ରକୃତି ତାର ସବୁକିଛି ସଜାଇ ରଖିଥିଲେ । ମଣିଷ ଯେତେବେଳେ ବସ୍ତୁବାଦୀ ହୋଇ ପଡ଼ିଲା ପ୍ରକୃତି କୁ ବିଭିନ୍ନ ଭାଗରେ ଲୁଣ୍ଠିବାକୁ ଲାଗିଲା । ସଭ୍ୟତା ନାମରେ ସେ ବିକୃତ କରି ଚାଲିଲା । ଭୋଗ ବାଦୀ ମଣିଷ ତାରୀ ସିମାହିନ ଆଶାର ପରି ପୂରଣ ପାଇଁ ନିଜର ବିପର୍ଯ୍ୟୟ କୁ ଡାକି ଆଣିଲେ ।
” ପ୍ରକୃତରେ ଜଣେ ମା ହିଁ ଏମିତି
ସହଜେ ସହିପାରେ
ତା’ ସନ୍ତାନ ପାଇଁ କଷ୍ଟ
ତେବେ ବିଷୟ ଚିନ୍ତାରେ ! ।”
ମଣିଷର ବଞ୍ଚିବାକୁ ହୁଏ ବାୟୁ,ଉତ୍ତାପ,ଜଳ,ଆଲୋକ,ଆଦି ବହୁ ଉପାଦାନ, ଯଦି କୌଣସି କାରଣରୁ ଏହି ଉପାଦାନ ଗୁଡ଼ିକ ଦୃଶିତ ହୋଇ ପଡ଼େ ମଣିଷ ଜୀବନ ହୋଇ ଉଠେ ବିପଦସ୍ତ । ଏଣୁ ନିଜର ପରିବେଶ ପାଇଁ ସେ ସଚେତନ ରହିବା ଆବଶ୍ୟକ ଅଟେ । ପରିବେଶ ସୁରକ୍ଷା ସବୁବେଳେ ମଣିଷର ଜୀବନ ରକ୍ଷା ସହିତ ସମାନ ।
ଏଣୁ କଥାରେ ଅଛି – ପରିବେଶ ସୁରକ୍ଷା ଜୀବନ ରକ୍ଷା ।
” ଯାବତ୍ ଜିବେମ୍
ସୁଖମ୍ ଜିବେତ୍ ।”
ଅନୁରୂପ ଭାବେ କୃଷିକ୍ଷେତ୍ରରେ ବହୁଳ ପରିମାଣରେ ରାସାୟନିକ ସାର,କୀଟ ନାଶକ ର ପ୍ରୟୋଗ ମଧ୍ୟ ଜଳରାଶି କୁ ପ୍ରଦୂଷିତ ଓ ବିଷାକ୍ତ କରୁଛି । ଏହି କାରଣରୁ ଅନେକ ଜଳ ଜୀବ ଲୋପ ପାଇବା ସହିତ ନଦୀ,ଝରଣା,ଜଳାଶୟ ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଜନ ସାଧାରଣ,ଜୀବ ଜନ୍ତୁଙ୍କ ଉପରେ ତାହାର ପ୍ରତି କୂଳ ପ୍ରଭାବ ପଡୁଛି ।
କଳ କାରଖାନା ସହିତ ସହରାଞ୍ଚଳ ରୁ ନିର୍ଗତ ବିଷାକ୍ତ ଏବଂ କୃଷିକ୍ଷେତ୍ର ଓ ପ୍ରଦୂଷିତ ଜଳ ବିଭିନ୍ନ ଜଳ ଉତ୍ସକୁ ପ୍ରବେଶ କରିବା ପରେ ଏହିପରି ପ୍ରକୃତି ଓ ପରିବେଶ ନଷ୍ଟ ପ୍ରଦୂଷିତ କରିବାରେ ଲାଗିଛି ।
ଏକ ରିପୋର୍ଟ ଅନୁଯାୟୀ ଇତି ମଧ୍ୟରେ ପ୍ରାୟ ୧୦% ସାମୁଦ୍ରିକ ପ୍ରବାଳ ନଷ୍ଟ ହୋଇ ସାରିଲାଣି । ୨୦୧୯ ର ଏକ ରିପୋର୍ଟ ଅନୁଯାୟୀ ମଣିଷର ଅବିଚାରିତ କାର୍ଯ୍ୟ ଯୋଗୁଁ ପ୍ରାୟ ୨୮ ହଜାର ପ୍ରଭାତିର ଉଦ୍ଭିଦ ବିଲୁପ୍ତ ପ୍ରାୟ ଯାହା ବିଶ୍ୱରେ ଦେଖା ଯାଉଥିବା ମୋଟ ପ୍ରଜାତିର ପ୍ରାୟ ଅର୍ଦ୍ଧେକ ।
ଶେଷରେ ଏତିକି କହିବି – ଆମେ ଯତ୍ନବାନ ହୋଇ ପ୍ରକୃତି ଓ ପରିବେଶର ସୁରକ୍ଷା ସବୁବେଳେ ରଖିବା ଦରକାର ।
“ପ୍ରକୃତି ପରିବେଶ
ଆମରି ନିଃଶ୍ୱାସ ।”
“”””‘””””””””””””””””””””””””””””””””””””
ସୁରଥ ପାଇକ
ଗଙ୍ଗାପୁର,ଗଜପତି
ଦୂ.ଭା:- ୯୭୭୭୭୯୭୦୨୫
୮୦୧୮୦୦୫୫୩୮
Sign in
Sign in
Recover your password.
A password will be e-mailed to you.