ନମସ୍ତେ ମା’ ମହାଲକ୍ଷ୍ମୀ

ଅର୍ଜୁନୀ ଚରଣ ବେହେରା

ନମସ୍ତେ ମା’ ମହାଲକ୍ଷ୍ମୀ
==============
ନମସ୍ତେ ମା’ ମହାଲକ୍ଷ୍ମୀ ନମସ୍ତେ ସିନ୍ଧୁଜା l
ସୁରନର ବନ୍ଦ୍ୟା ମାତ ତିନିପୁରେ ପୂଜ୍ୟା ll
ନମସ୍ତେ ନମସ୍ତେ ମାତା ବିଷ୍ଣୁ ମନୋରମା l
ଶଦ୍ଦେ କେ ବର୍ଣିପାରିବ ତୋହର ମହିମା ll
ସାଗର ମନ୍ଥନେ ହେଲା ଉତ୍ପତ୍ତି ତୋହର l
କ୍ଷୀରୋଦଶୟନେ ମାତ ବିଷ୍ଣୁ ଗଳାହାର ll
ସଂସାରର ଅନ୍ନ ଦାତ୍ରୀ, ମାଆ ଜଗଦ୍ଧାତ୍ରୀ l
ଧନ ଧାନ୍ୟେ ପୂର୍ଣ୍ଣକରୁ ଏ ସାରା ଧରିତ୍ରୀ ll
ଛପନକୋଟି ଜୀବଙ୍କୁ ପଡ଼ି ତୁ ଯୋଗାଉ l
ବିକୁଣ୍ଠ ଚିତ୍ତରେ ମାଆ ବୈକୁଣ୍ଠରେ ରହୁ ll
ପ୍ରସାଦରେ ମାତ ତୋର ରଙ୍କ ରାଜାହୁଏ l
ଲକ୍ଷ୍ମୀଛଡ଼ା ଜନେ ଅନ୍ନବସ୍ତ୍ର ନଯୋଗାଏ ll
ଲକ୍ଷ୍ମୀଛଡ଼ାହୋଇ ପରା ସ୍ଵୟଂ ଜଗନ୍ନାଥ l
ହିନିମାନହେଲେ ତାଙ୍କୁ ନମିଳିଲା ଭାତ ll
ଶ୍ରୀକ୍ଷେତ୍ରର ଅଧିଶ୍ଵରୀ, ଶ୍ରୀକ୍ଷେତ୍ରର ଶିରି l
ଛପନପଉଟି ରାନ୍ଧୁ ସ୍ୱୟଂ ଭୋକ୍ତା ହରି ll
ଶ୍ଵେତ ପଦ୍ମାସନୀ ମାତ ନମସ୍ତେ କମଳା l
କମଳବାସିନୀ ଅସୁମାରି ତୋର ଲୀଳା ll
ନମସ୍ତେ ନମସ୍ତେ ମାତ ନମଃ ହରିପ୍ରିୟା l
ଚରଣେ ଶରଣ ତୋର ରଖି ଥିବୁ ଦୟା ll
🙏🙏🙏
ଅର୍ଜୁନୀ
—————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧

Comments are closed.