ନମସ୍ତେ ପ୍ରଭୁ ବଳଦେବ

ଅର୍ଜୁନୀ ଚରଣ ବେହେରା

ନମସ୍ତେ ପ୍ରଭୁ ବଳଦେବ l
ଜଗତ ଜନଙ୍କ ବାନ୍ଧବ ll
ନମସ୍ତେ ପ୍ରଭୁ ବାସୁଦେବ l
ତୁ ଶେଷଦେବ ଆଦିଦେବ ll
ନମସ୍ତେ ପ୍ରଭୁ ହଳ ଧର l
ନାସିଲ କନ୍ଦରା ଅସୁର ll
ନମସ୍ତେ ପ୍ରଭୁ କାମପାଳ l
ଆୟୁଧ ତୋ ହଳ ମୁଷଳ ll
ନମସ୍ତେ ପ୍ରଭୁ ସଙ୍କର୍ଷଣ l
ଧରାକୁ କରୁ ଆକର୍ଷଣ ll
ନମସ୍ତେ ଅଚ୍ୟୁତ ଅଗ୍ରଜେ l
ଜନମ ଲଭିଲ ବରଜେ ll
ନମସ୍ତେ ରୋହିଣୀ ନନ୍ଦନ l
ଯଶୋଦା ମାତା ପ୍ରାଣ ଧନ ll
ନମସ୍ତେ ରେବତୀ ରମଣ l
ଗଦାଯୁଦ୍ଧରେ ତୁ ପ୍ରବୀଣ ll
ନମସ୍ତେ ଦେବ ତାଳଧ୍ୱଜୀ l
ଧେନୁକା ତାଳବଣେ ଗଞ୍ଜି ll
ନମସ୍ତେ ଦେବ ଶିରପାଣି l
ଶିର ବିଦାରି ଶୋଭେ ମଣି ll
ନମସ୍ତେ କାଳିନ୍ଦୀ ଭେଦନ l
ଲାଙ୍ଗଳୀ ଯମୂନାକର୍ଷଣ ll
ନମସ୍ତେ ପ୍ରଭୁ ବ୍ରହ୍ମରାଶି l
ତୁଳସୀଦେବୀ ତୋ ପ୍ରେୟସୀ ll
ନମସ୍ତେ ପ୍ରଭୁ ନୀଳବାସ l
ତୁଳସୀ କ୍ଷେତ୍ରେ କଲ ବାସ ll
ନମସ୍ତେ ପ୍ରଭୂ ହେ ଅନନ୍ତ
ତୋହର ନାହିଁ ଆଦି ଅନ୍ତ ll
ନମସ୍ତେ ପ୍ରଭୁ ବଳରାମ
ବଳରେ କେହି ନୁହେଁ ସମ l
ନମସ୍ତେ ପ୍ରଭୁ ପ୍ରଳମ୍ବାରୀ
ପ୍ରଳମ୍ବାସୁର ଵଧକାରୀ ll
ଅସଂଖ୍ୟ ତୋର ନାମାବଳି l
ସଂଖ୍ୟାରେ କିଏ ପାରେ କଳି ll
ନମସ୍ତେ ପ୍ରଭୁ ଦୟାମୟ l
ତୋ ପଦ ଅଭୟ ଆଶ୍ରୟ ll
ସେ ପଦ୍ମପଦେ ଆଶ ମୋର l
ସର୍ବଦା ରହିଥାଉ ସ୍ଥିର ll
🙏🙏🙏
ଅର୍ଜୁନୀ
————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.