ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରାୟ ଶହେରୁ ଉର୍ଦ୍ଧ ଟିମ ବିଭିନ୍ନ ଅଂଚଳରେ ଟେନିସ ବଲରେ କ୍ରିକେଟ ଖେଳୁଛନ୍ତି l ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ତଥା ଏହି ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଅଭିନଵ ପରିକଳ୍ପନା କରାଯାଇ ଜେବିସିସି ଭୁବନେଶ୍ୱର ଟେନିସ ବଲ କ୍ରିକେଟ ଲିଗ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି l ଏହା ଓଡିଶା ଟେନିସ ବଲ କ୍ରିକେଟ ସଙ୍ଘ ଦ୍ୱାରା ଆସନ୍ତା ନଭେମ୍ବର ଆଠ ତାରିଖରୁ ୨୭ ପଯ୍ୟନ୍ତ ଏହି ଲିଗ ଚଳିବ l ପ୍ରାୟ ଚଉଷଠିରୁ ଉର୍ଦ୍ଧ କ୍ରିକେଟ ଟିମ ଏହି ଲିଗରେ ଅଂଶଗ୍ରହଣ କରିବେ l ଭୁବନେଶ୍ୱରର ବିଭିର୍ଣ୍ଣ ସ୍ଥାନରେ ପ୍ରାୟ ୧୨ ଗୋଟି ପଡିଆରେ ଏହି ସବୁ ମ୍ୟାଚ ଅନୁଷ୍ଠିତ ହେବ l ୨୭ ତାରିଖରେ ଫାଇନାଲ ମ୍ୟାଚ ଆୟୋଜନ କରାଯିବ l ଭୁବନେଶ୍ୱରର ପ୍ରାୟ ସମସ୍ତ ଟେନିସ ବଲ କ୍ରିକେଟ ଟିମ ଏହି ଲିଗ ମାଧ୍ୟମରେ ନିଜ ନିଜ ଭିତରେ ପରିଚୟ ସହିତ ଭାବ ବିନିମୟ କରିପାରିବେ l ଏହି ଲିଗ ମାଧ୍ୟମରେ ଭଲ କ୍ରିକେଟ ଖେଳୁଥିବା ପ୍ରତିଭା ମଧ୍ୟ ଚୟନ ସହିତ ଲୋକଲୋଚନ କୁ ଆସିପାରିବେ l କ୍ରିକେଟ ଖେଳର ସମସ୍ତ ନିୟମ ଓ ମୂଲ୍ୟବୋଧକୁ ପ୍ରଚାର ପ୍ରସାର ପାଇଁ ଏହା ଉଦିଷ୍ଟ l ଏତତ ବ୍ୟତୀତ କିଶୋର ଓ ଯୁବକ ମାନଙ୍କୁ ନିଶା ସେବନ ଓ ଅନ୍ୟାନ୍ୟ ଖରାପ କର୍ମରୁ ନିବୃତ ରଖିବା ଏବଂ ସେମାନଙ୍କ ମଧ୍ୟରେ ଖେଳୁଆଡ଼ ଓ ଗୋଷ୍ଠୀ ଉନ୍ନୟନ ମନୋଭାବ ସୃଷ୍ଟି କରିବାରେ ଏହି ଲିଗ ମ୍ୟାଚ ବେଶ ଫଳପ୍ରଦ ହେବ ବୋଲି ଏହି ଲିଗ ର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ପ୍ରକାଶ କରିଛନ୍ତୁ l ଭୁବନେଶ୍ୱରରେ ସଫଳ ଆୟୋଜନ ପରେ ଭବିଷ୍ୟତରେ ସାରା ରାଜ୍ୟରେ ଏହି ଟେନିସ ବଲ କ୍ରିକେଟ ଲିଗ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯିବ l ଖୋର୍ଦ୍ଧା ଜିଲ୍ଲାରେ ଜୟଦେବ, ଜଟଣୀ, ଖୋର୍ଦ୍ଧା, ଚିଲିକା ଓ ବେଗୁନିଆ ପରି ସ୍ଥାନରେ ଆଗକୁ ଏହି ଲିଗ କରାଯିବାର କାଯ୍ୟକ୍ରମ ରହିଛି l ଟେନିସ କ୍ରିକେଟକୁ ଲୋକପ୍ରିୟ କରିବାକୁ ଏହା ଏକ ସଫଳ ପ୍ରୟାସ ହେଵବୋଲି ଏହାର ସମ୍ପାଦକ ସତ୍ୟଜିତ ମହାନ୍ତି ଓ କମିଟି ସଭ୍ୟ ତରୁଣ ସିହ୍ନl, କୃଷ୍ଣ ମହାନ୍ତି, ପ୍ରଦ୍ୟୁମ୍ନ ମହାନ୍ତି, ଅର୍ଜୁନ ରାଉତରାୟ, ହୃଷିକେଶ, ମହେଶ ବାରିକ ଓ ଓଡିଶା ଟେନିସବଲ କ୍ରିକେଟ ସଙ୍ଘର ସମ୍ପାଦକ ପଣ୍ଡା ଓ ଯୁଗ୍ମସମ୍ପାଦକ ସୋମନାଥ ପରିଡା ପ୍ରକାଶ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Comments are closed.