ସିଓଲ : ଇରାନ୍ ଉପରେ ଆମେରିକାର ଘନ ଘନ ଆକ୍ରମଣ ଭିତରେ ଉତ୍ତର କୋରିଆ ପୂର୍ୱ ସାଗର ଉପକୂଳରେ ଆମେରିକାର ସେନା ଘାଟି ନିକଟରେ ୧୦ କ୍ଷେପଣାସ୍ତ୍ର ମାଡ଼ କରିଛି। ଉ. କୋରିଆ ଛାଡିଥିବା ଏହି ୧୦ ବାଲିଷ୍ଟିକ୍ ମିଶାଇଲ ଜାପାନର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ବାହାରେ ମାଡ଼ ହୋଇଛି। ବର୍ତ୍ତମାନ ପୂର୍ୱ ସାଗରରେ ଆମେରିକା ଓ ଦକ୍ଷିଣ କୋରିଆ ପକ୍ଷରୁ ଫ୍ରିଡମ୍ ସିଲ୍ଡ(ଏଫ୍ଏସ୍) ନାମରେ ମିଳିତ ସମରାଭ୍ୟାସ ଚାଲୁରହିଛି। ଇରାନ୍ ବିରୋଧରେ ଆମେରିକା ଦ.କୋରିଆରେ ଏୟାର ଡିଫେନ୍ସ ସିଷ୍ଟମ୍ ମଧ୍ୟ ମୁତୟନ କରିଛି। ଜାପାନ ଏବଂ ଦ. କୋରିଆ ଉପକୂଳ ନିକଟରେ ଉ. କୋରିଆ କ୍ଷେପଣାସ୍ତ୍ର ମାଡ଼ ସମ୍ପୃକ୍ତ ଅଞ୍ଚଳ ଉତ୍ତେଜନା ବୃଦ୍ଧି କରିଥିବା କୁହାଯାଇଛି।
Comments are closed.