ଗଜପତି 11/6:ସ୍ବାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ ଅଟେ ବୋଲି ନୂତନ ଭାବେ ଦାୟିତ୍ୱ ବହନ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରିଣୀ ଡାକ୍ତର ମଞ୍ଜୁରାଣୀ ଜେନା ପ୍ରକାଶ କରିଛନ୍ତି. ସେ ଏଥି ପୂର୍ବରୁ ଭୁବନେଶ୍ଵର ବିଏମ୍ସିରେ ମେଡିକାଲ ଅଫିସର ଭାବେ କାର୍ଯ୍ୟରତ ଥିଲେ। ସୂଚନାଯୋଗ୍ୟ, ପୂର୍ବତନ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏମଏମ ଅଲ୍ଲୀ ଗତ ଜାନୁୟାରୀ ୩୧ରେ ଅବସର ଗ୍ରହଣ ପରେ ଏଡିଏମ୍ଓ ଡାକ୍ତର ଶାନ୍ତନୁ ପାଢୀ ଭାରପ୍ରାପ୍ତ ଜିଲାମୁଖ୍ୟ ଚିକିତ୍ସାକାରୀ ଭାବେ ଏହି ଦାୟିତ୍ଵ ତୁଲାଇ ଆସୁଥିଲେ।
ଡାକ୍ତର ମଞ୍ଜୁରାଣୀ ଜେନା ବର୍ତ୍ତମାନ ଗଜପତିର ନୂତନ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରିଣୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି. ଜିଲ୍ଲାରେ ଖାଲି ପଡ଼ିଥିବା ଡାକ୍ତର, ଅନ୍ୟାନ୍ୟ ପଦବୀ ପୂରଣ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକାଷଣ କରିବା ସହ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗରେ ରହିଥିବା ସମସ୍ତ ସମସ୍ୟା ଗୁଡିକୁ ସମାଧାନ କରି ସ୍ୱାସ୍ଥ୍ୟସେବାକୁ ସାଧାରଣଙ୍କ ନିକଟରେ ପହଞ୍ଚାଇବା ମୋର ମୂଳ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି. ଡାକ୍ତର ମଞ୍ଜୁରାଣୀ ଜେନାଙ୍କ ଏହି ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର, କର୍ମଚାରୀ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ଫୁଲ ତୋଡ଼ା ଦେଇ ସ୍ୱାଗତ ଜଣାଇଥିଲେ ।
Sign in
Sign in
Recover your password.
A password will be e-mailed to you.
Comments are closed.