କେଜ୍ରିଓ୍ବାଲଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ, ସ୍ଵାତୀ ମାଲିଓ୍ବାଲ୍‌ କହିଲେ ମୋ ଘର ଭିତରେ ମୋତେ….

0

ନୂଆଦିଲ୍ଲୀ : ଆପ୍‌ର ଜଣେ ବରିଷ୍ଠ ନେତ୍ରୀ ଏବଂ ରାଜ୍ୟସଭାର ଏମପି ସ୍ବାତୀ ମାଲିୱାଲ ଗତକାଲି ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଏହାରି ମଧ୍ୟରେ ସ୍ବାତୀ ମାଲିୱାଲ ଏକ ବିବୃତ୍ତି ଜାରି କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କୌଣସି ବାଧ୍ୟ ବାଧକତାରେ ଏହି ନିଷ୍ପତ୍ତି ନେଇ ନାହାଁନ୍ତି। ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଉପରେ ବିଶ୍ୱାସ ରଖି ଏହି ନିଷ୍ପତ୍ତି ନେଇଛନ୍ତି। ଏହା ସହିତ, ସେ ଆମ ଆଦମୀ ପାର୍ଟି ବିରୁଦ୍ଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି।
ସ୍ବାତୀ କହିଛନ୍ତି ଯେ ସେ ୨୦୦୬ ମସିହାରୁ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ କାମ କରୁଛନ୍ତି । ଏବଂ ପ୍ରତ୍ୟେକ ଆନ୍ଦୋଳନ ସମୟରେ ତାଙ୍କ ସହିତ ଠିଆ ହୋଇଥିଲେ। ସେ ଏହି ଉଦ୍ଦେଶ୍ୟ ପାଇଁ ତାଙ୍କ ଘର ଏବଂ ଚାକିରିକୁ ମଧ୍ୟ ବଳିଦାନ ଦେଇଥିଲେ। ତଥାପି, ସେ ଏବେ ଅନୁଭବ କରୁଛନ୍ତି ଯେ ଦଳ ତା’ର ପଥ ହରାଇଛି।

ମାଲିୱାଲ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣି ଦାବି କରିଛନ୍ତି ଯେ ତାଙ୍କ ନିଜ ବାସଭବନ ଭିତରେ ତାଙ୍କୁ ଶାରୀରିକ ଆକ୍ରମଣ କରାଯାଇଥିଲା। ଯେତେବେଳେ ସେ ଏହି ଘଟଣା ସମ୍ପର୍କରେ ଏକ ଏଫଆଇଆର୍‌ ଦାୟର କରିବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଧମକ ଦିଆଯାଇଥିଲା ଏବଂ ମାମଲା ପ୍ରତ୍ୟାହାର କରିବାକୁ ଚାପ ଦିଆଯାଇଥିଲା। ସେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ, ଗତ ଦୁଇ ବର୍ଷ ଧରି ତାଙ୍କୁ ସଂସଦରେ କହିବାକୁ ମଧ୍ୟ ସୁଯୋଗ ଦିଆଯାଇ ନଥିଲା। ସେ ପ୍ରକାଶ କରିଥିଲେ ଯେ, ଘଟଣା ପରେ ମଧ୍ୟ, ସେ ତୁରନ୍ତ ଭାଜପାରେ ଯୋଗ ଦେଇ ନଥିଲେ। ସେ ପ୍ରଥମେ ନିଜ ଦଳ ଭିତରେ ରହିଥିଲେ ଏବଂ ସଂସ୍କାର ଆଣିବାକୁ ଚେଷ୍ଟା କରିଥିଲେ; କିନ୍ତୁ, ଯେତେବେଳେ କୌଣସି ପରିବର୍ତ୍ତନ ଆସିଲା ନାହିଁ, ସେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.