ଭୁବନେଶ୍ଵର : ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ବିଜେଡି ବିଧାୟକ ଅରୁଣ ସାହୁ। କୌଣସି କାରଣ ନଥାଇ ଅବେଳରେ ସଂସଦ ଡାକିଥିଲେ କେନ୍ଦ୍ର ସରକାର ବୋଲି କହିଛନ୍ତି ଅରୁଣ। ଏହା ପୂର୍ବରୁ ୪୮ ଘଣ୍ଟାରେ ବିଧାନସଭା ଡାକିବାକୁ ଦାବି କରିଥିଲେ ବିରୋଧୀଦଳ ନେତା। ବିଲ୍ ଆସିବା ପୂର୍ବରୁ କାହା ସହ ଆଲୋଚନା ନକରି ମହିଳା ସଂରକ୍ଷଣ ବିଲ୍ ଆଣିଲେ।
‘ବିଲ୍ ଆସିବା ପୂର୍ବରୁ ବିଜେପି ଏନେଇ ଅନେକ ପ୍ରଚାର କଲା। ‘ଏବେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି ବୋଲି କହିଛନ୍ତି ଅରୁଣ। ଏବେ ବିଧାନସଭା କାହିଁକି ଡାକିଲେ ତାହା ମଧ୍ୟ ଜଣାଇ ନାହାନ୍ତି। ୩୦ ତାରିଖରେ ତାଙ୍କ ସହ ଦେଖାଦେଖି ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।
ସେପଟେ ଅରୁଣ ସାହୁଙ୍କ କଟାକ୍ଷ ନେଇ ଜବାବ ରଖିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। କହିଛନ୍ତି ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣକୁ ବିରୋଧ କଲେ। ସେ ବିଷୟରେ ଆଲୋଚନା ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ମହିଳାଙ୍କୁ ଯେଉଁ ଦେଶ ଓ ରାଜ୍ୟ ଅଗ୍ରାଧିକାର ଦେଉଛି ସେ ଦେଶ ସେତେ ଆଗୁଆ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ବିରୋଧୀମାନେ ବିରୋଧ କଲେ, ତାହା ନିନ୍ଦନୀୟ ବୋଲି କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।
ବିଜେଡି ତାଙ୍କ ସମୟରେ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲା। ଗାଁକୁ କାମ ମା’କୁ ସମ୍ମାନ କହୁଥିଲେ, କିନ୍ତୁ ମହିଳାଙ୍କୁ ନିର୍ଯାତନା ଦିଆଯାଉଥିଲା। ସେମାନେ କରିପାରିନଥିଲେ, ବିଜେପି କରୁଥିବାରୁ ସହି ପାରୁ ନାହାନ୍ତି ବୋଲି କହିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।…
ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ କଟାକ୍ଷ କଲେ ବିଧାୟକ ଅରୁଣ ସାହୁ
‘କୌଣସି କାରଣ ନଥାଇ ଅବେଳରେ ସଂସଦ ଡାକିଥିଲେ କେନ୍ଦ୍ର ସରକାର’
‘ଏହା ପୂର୍ବରୁ ୪୮ ଘଣ୍ଟାରେ ବିଧାନସଭା ଡାକିବାକୁ ଦାବି କରିଥିଲେ ବିରୋଧୀଦଳ ନେତା’
‘ବିଲ୍ ଆସିବା ପୂର୍ବରୁ କାହା ସହ ଆଲୋଚନା ନକରି ମହିଳା ସଂରକ୍ଷଣ ବିଲ୍ ଆଣିଲେ’
‘ବିଲ୍ ଆସିବା ପୂର୍ବରୁ ବିଜେପି ଏନେଇ ଅନେକ ପ୍ରଚାର କଲା’
‘ଏବେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି’
‘ଏବେ ବିଧାନସଭା କାହିଁକି ଡାକିଲେ ତାହା ମଧ୍ୟ ଜଣାଇ ନାହାନ୍ତି’
୩୦ ତାରିଖରେ ତାଙ୍କ ସହ ଦେଖାଦେଖି ହେବ- ଅରୁଣ