ପୌର ପରିଷଦ ଵନ୍ୟାପିଡିତାଙ୍କ ସ୍ଥିତି ପରଖିଲେ ଓ ରିଲିଫ ବାଣ୍ଟିଲେ ବିଧାୟକ
ପଟ୍ଟାମୁଣ୍ଡାଇ୨୯/୮: ଚଳିତ ବ୍ରାହ୍ମଣୀ ନଦୀର ତୃତୀୟ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବିଶେଷ ଭାବେ କ୍ଷତିଗସ୍ତ ହୋଇଛି I ଏହି ପୌରାଞ୍ଚଳର ବିଭିନ୍ନ ୱାର୍ଡ ବାହ୍ୟ ଜଗତରୁ ବିଛିନ୍ନ ହୋଇ ଦୀର୍ଘ ୧ମାସ ହେବ ଜଳବନ୍ଦୀ ହୋଇରହିଛି I ବାରମ୍ବାର ବନ୍ୟା ଯୋଗୁଁ ବ୍ୟାପକ ଫସଲହାନି ଘଟିଛି I ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି I ବନ୍ୟାରେ ବହୁ ଲୋକଙ୍କ ଘର ଭାଙ୍ଗି ଥିବାରୁ ବାସହରା ହୋଇ ବିଭିନ୍ନ ସ୍ଥାନରେ ମୁଣ୍ଡ ଗୁଞ୍ଜିଛନ୍ତି I ରାଜନଗର ବିଧାୟକ ଚଳିତ ବନ୍ୟାରେ ପୌର ପରିଷଦର ବନ୍ୟା ବିପନ୍ନ ୱାର୍ଡକୁ ଯାଇ ଅବସ୍ଥା ଅନୁଧ୍ୟାନ କରି ଥିବାବେଳେ ସମ୍ପ୍ରତି ବ୍ରାହ୍ମଣୀ ନଦୀର ୩ୟ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ବିଭିନ୍ନ ୱାର୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ବନ୍ୟାଞ୍ଚଳ ବୁଲିବା ସମୟରେ ବିଧାୟକଙ୍କ ସହିତ ପୌର ଅଧକ୍ଷ ହେମନ୍ତ ସାହୁ ନଗର ବିଜେଡି ସଭାପତି ବୁଢା ଲେଙ୍କା ନଗର ଯୁବବିଜେଡି ସଭାପତି ଅଶୋକ ଧଳଙ୍କ ସହିତ ବନ୍ୟା ବିପନ୍ନ ଷଣ୍ଢ ପଲ୍ଲୀ ଓ କଷଣଅଣ୍ଟା ଗ୍ରାମକୁ ଯାଇ ସ୍ଥିତି ପରଖିବା ସହିତ ରିଲିଫ ବଣ୍ଟନ କରିଥିଲେ I ପଟ୍ଟାମୁଣ୍ଡାଇ ପୌର ପରିଷଦର ସମସ୍ତ ବନ୍ୟା ବିପନ୍ନମାନଙ୍କୁ ୧୫ଦିନ ରିଲିଫ ରନ୍ଧା ଖାଦ୍ୟ ପାଲ, ପର୍ଯ୍ୟାପ୍ତ ଗୋଖାଦ୍ୟ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ କରିଛନ୍ତି I ବିଧାୟକ ଓ ପୌର ଅଧକ୍ଷଙ୍କ ସହିତ କାଉନସିଲର ସନ୍ତୋଷ ଦାସ କାଉନସିଲର ପ୍ରଶାନ୍ତ ବାରିକ, କାଉନସିଲର ମଧୁସ୍ମିତା ମଲିକ କାଉନସିଲର ସୁଧାମୟ ମଲିକ ବରିଷ୍ଠ ନେତା ଶ୍ରୀକାନ୍ତ ରାଉତ,କମ୍ଭୁକଣ୍ଠ ସାହୁ ପୂର୍ବତନ ପୌର ଉପାଧକ୍ଷ ସୁମନ୍ତ ପାତ୍ର ସୁଶାନ୍ତ ପଣ୍ଡା ପୂର୍ବତନ କାଉନ ସିଲର ଆଲୋକ ଧଳ ଓ ଜୟ କୃଷ୍ଣ ରାଉତ,ତାପସ ପ୍ରଧାନ ଓ ଅଭିରାମ ସ୍ୱାଇଁ ପ୍ରମୁଖ ବିପନ୍ନଙ୍କ ସ୍ଥିତି ପରଖିବା ସହିତ ରିଲିଫ ବଣ୍ଟନରେ ସହଯୋଗ କରିଥିଲେ I
Comments are closed.