ରାଜ୍ୟର ସର୍ବଶ୍ରେଷ୍ଠ ପଞ୍ଚାୟତ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁରପାଟଣା ତଥା ଜାତୀୟ ପୁରସ୍କାରପ୍ରାପ୍ତ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀଙ୍କ ନାମେ ଆସିଥିବା ଦୁର୍ନୀତି ଅଭିଯୋଗକୁ ମାନ୍ୟବର ଲୋକଯୁକ୍ତ ଖାରଜ କରିଦେଇଥିବା ଜଣାପଡିଛି l ଉଲ୍ଲେଖନୀୟଯେ କ୍ରମାଗତ ଭାବେ ତିନିଥର ଭାବେ ନିର୍ବାଚିତ ହୋଇଥିବା ମୁକୁନ୍ଦପୁରପାଟଣା ର ଜଣେ ଲୋକପ୍ରିୟ ଆଦିବାସୀ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଚଳିତ ନିର୍ବାଚନରେ ପୁନର୍ବାର ଚତୁର୍ଥ ଥର ପାଇଁ ନିର୍ବାଚନ ଲଢ଼ି ବିପୁଳ ଭୋଟର ବିଜୟୀ ହେବାପରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଯଂଜ୍ଞଶ୍ୱର ଦେହୁରୀ ଉକ୍ତ ସରପଞ୍ଚଙ୍କ ନାମରେ ବିଭିନ୍ନ ଦୁର୍ନୀତି ର ଅଭିଯୋଗ ଆଣିଥିଲେ lଅଭିଯୋଗକାରି ଶ୍ରୀ ଦେହୁରୀ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ଘଟଗାଁ ସାପ୍ତାହିକ ହାଟ ପଡିଆ ଦୋକାନ ଘର ଆବଣ୍ଟନରେ ବେଆଇନ ଅର୍ଥ କାରବାର, ଜିଆରଏସଙ୍କ ପରିବାରକୁ ଏକାଧିକ ଦୋକାନ ଗୃହ ଯୋଗାଣ, ମନରେଗା ରେ ଦୁର୍ନୀତି, ନାବାର୍ଡ ଓ ଆଇଟିଡିଏ ହାଟପିଣ୍ଡି ନିର୍ମାଣରେ ବ୍ୟାପକ ଦୁର୍ନୀତି, ପଞ୍ଚାୟତର ବିଭିନ୍ନ ଯୋଜନାରେ ଅନିୟମିତତା ଓ ବଡଧରଣର ଦୁର୍ନୀତି ର ଗୁରୁତର ଅଭିଯୋଗ କରିଥିଲେ lମାନ୍ୟବର ଲୋକଯୁକ୍ତ କେଶ ନ 489ରେ ମାମଲା ଦାୟର କରି ମାନ୍ୟବର ଲୋକଯୁକ୍ତଙ୍କ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାକୁ ବିଭାଗୀୟ ଏନକ୍ୱାରୀ ଟିମକୁ ସମସ୍ତ ଅଭିଯୋଗକୁ ତଦନ୍ତ କରି ତିନିମାସ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ l ଅଭିଯୋଗ କୁ ଆଧାର କରି ତଦନ୍ତକାରୀ ଦଳ ମୁକୁନ୍ଦପୁର ପାଟଣା ପଞ୍ଚାୟତ ଗସ୍ତ କରି ମାନ୍ୟବର ଲୋକପାଳଙ୍କୁ ଏ ବାବଦରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିଲେ l ତେବେ ମାନ୍ୟବର ଲୋକପାଳଙ୍କ ଦ୍ୱାରା ଗଠିତ ତିନିଜଣିଆ ଖଣ୍ଡପୀଠ ଶୁଣାଣି କରି ସରପଞ୍ଚ ଙ୍କୁ କ୍ଲିନଚିଟ ମିଳିବା ସହ ମାମଲା କୁ ଖାରଜ କରିଦେଇଥିଲେ l
Comments are closed.