ସେବାର ମୂର୍ତ୍ତିମନ୍ତ ବିଗ୍ରହ ମଦର ଟେରେସା

0

ସେବାର ମୂର୍ତ୍ତିମନ୍ତ ବିଗ୍ରହ
ମଦର ଟେରେସା
—————–
ଆଜି ଜନ୍ମ ଦିବସରେ ମନେ ପଡ଼ନ୍ତି ସେବା ଏବଂ ତ୍ୟାଗର ମୂର୍ତ୍ତିମନ୍ତବିଗ୍ରହ ମଦର ଟେରେସା l ନର ନାରାୟଣ ସେବାରେ ଉତ୍ସର୍ଗ ହୋଇଥିଲା ତାଙ୍କର ସମଗ୍ର ଜୀବନ l କୁଷ୍ଠରୋଗୀ ଓ ଅନାଥଙ୍କ ସେବା କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟି ଯାଇଥିଲେ l ମାନବ ସମାଜର କଲ୍ୟାଣ ନିମିତ୍ତ ଉତ୍ସର୍ଗୀକୃତ ତାଙ୍କ ସେବା ପାଇଁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରା ଯାଇଛି l
ମଦର ଟେରେସା ୧୯୧୦ ମସିହା, ଅଗଷ୍ଟ ୨୬ ତାରିଖରେ ମାସିଡୋନିଆର ଏକ ଆଲବାନିଆନ ପରିବାରରେ ଜନ୍ମ ହୋଇଥିଲେ l ପିଲାବେଳେ ତାଙ୍କର ନାମ ଥିଲା ଆଗ୍ନେସ୍‌ ଗୋଞ୍ଝା ବାୟଜିଜୁ l ପିଲା ଦିନରୁ ବଙ୍ଗଳାରେ ସେବା କରୁଥିବା ନନ୍‌ ମାନଙ୍କ ସମ୍ବନ୍ଧରେ ଶୁଣି ସେ ଭାରତ ପ୍ରତି ଆକୃଷ୍ଟ ହୋଇଥିଲେ l ୧୨ ବର୍ଷ ବୟସରେ ନନ୍‌ ହେବାକୁ ସେ ମନସ୍ଥ କରିଥିଲେ l ୧୮ ବର୍ଷ ବୟସରେ ଧର୍ମ ପ୍ରଚାର ପାଇଁ ସେ ଘର ଛାଡିଥିଲେ l ଅଠର ବର୍ଷ ମାସେଡୋନିଆରେ ରହିବା ପରେ ସେ ଆୟାର ଲାଣ୍ଡ ଆସିଥିଲେ l
୧୯୨୯ ମସିହାରେ ପ୍ରଥମ ଥର ପାଇଁ ଭାରତରେ ପାଦ ଥାପି ଥିଲେ ଆଗ୍ନେସ୍‌ l ପ୍ରଥମେ ପ.ବଙ୍ଗର ଦାର୍ଜିଲିଂର ଏକ କନ୍‌ଭେଣ୍ଟ ସ୍କୁଲରେ ସେ ବଙ୍ଗଳା ଭାଷା ଶିକ୍ଷା କରିବାପରେ କଲିକତା ଲୋରେଟୋ କନ୍‌ଭେଣ୍ଟରେ ଶିକ୍ଷକତା କରିଥିଲେ l ୧୯୪୩ ର ବଙ୍ଗ ମରୁଡ଼ି ଓ ୧୯୪୬ର କଲିକତା ସାମ୍ପ୍ରଦାୟିକ ହିଂସା ମନରେ ତାଙ୍କର ଅଲିଭା ରେଖାପାତ କରି ଥିଲା l ସେ ଭାରତରେ ଗରିବଙ୍କ ଉନ୍ନତି କଳ୍ପେ ଶିକ୍ଷକତା କରୁ ଥିଲେ l ଏହା ଛାଡି ସେ ସମାଜ ମଙ୍ଗଳ କାର୍ଯ୍ୟରେ ବ୍ରତୀ ହୋଇ ଥିଲେ l
୧୯୫୦ ମସିହାରେ ୧୩ ଜଣ ଯୁବତୀ ମହିଳାଙ୍କୁ ନେଇ ସେ କଲିକତା ମହାନଗରୀରରେ ଆରମ୍ଭ କରିଥିଲେ ମିଶିନାରୀ ଅଫ୍‌ ଚାରିଟି l ସଂଗଠନର ସଦସ୍ୟମାନେ ମଦର ଟେରେସାଙ୍କ ନେତୃତ୍ୱରେ କୁଷ୍ଠ,ଏଡସ୍‌ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ଲୋକଙ୍କର ସେବା କରୁଥିଲେ l ସେବା ଭାବନା ଯୋଗୁଁ ସେ ଚାରି ଆଡେ ପରିଚିତ ହୋଇଥିଲେ ମଦର ଟେରେସା ନାମରେ l
ନିଃସ୍ୱାର୍ଥପର ସେବା ପାଇଁ ୧୯୬୨ ମହିସାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ l ସେହିବର୍ଷ ସେ ରମଣ ମାଗାସେସ୍‌ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ l ତାଙ୍କୁ ୧୯୮୦ମସିହାରେ ଦେଶ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରିଥିଲା l ୧୯୭୯ମସିହାରେ ତାଙ୍କୁ ପୃଥିବୀର ସବୁଠୁଁ ବଡ଼ ସମ୍ମାନ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲ l
ସେବା ମାନେ ହିଁ ମଦର ଟେରେସାଙ୍କୁ ବୁଝାଇ ଥାଏ l ମଦର ଟେରେସାଙ୍କ କଲିକତାରେ ଆଦ୍ୟ ଜୀବନର ସଂଗ୍ରାମ କାହାଣୀକୁ Larry Colins ଓ Dominique Lapere “City of Joy” ପୁସ୍ତକରେ ଅତୀବ ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି l
ମାନବ ସମାଜ ପାଇଁ ତାଙ୍କର ବାଣୀ ଥିଲା :-
1. Be faithful in small things because it is in them that your strength lies.
2. Spread love everywhere you go. Let no one ever come to you without leaving happier.
3. If you are humble nothing will touch you, neither praise nor disgrace, because you know what you are.
🙏🙏🙏
ଅର୍ଜୁନୀ
——————–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Leave A Reply

Your email address will not be published.