ଲୋକାର୍ପିତ ହେଲା ମାସିକ ଇ-ପତ୍ରିକା “ସୂର୍ଯ୍ୟପ୍ରଭା”

କଲକାତା (୯/୯) : ବିଳାସପୁର ଛତିଶଗଡ଼ରୁ ପ୍ରକାଶିତ ମାସିକ ଇ- ପତ୍ରିକା “ସୂର୍ଯ୍ୟପ୍ରଭା” ର ଦ୍ଵିତୀୟ ବର୍ଷ ଦଶମ ସଂଖ୍ୟା । ପ୍ରାରମ୍ଭିକ ସ୍ୱସ୍ତି ବାଚନ ସହିତ ସଭାର ଶୁଭାରମ୍ଭ କରିଥିଲେ ଡଃ ବାମନ ଚନ୍ଦ୍ର ଦୀକ୍ଷିତ । ସ୍ୱନାମଧନ୍ୟ ଗାୟକ ଶଶିକାନ୍ତ ରାଜଗୁରୁ ଜଗନ୍ନାଥ ମହାପ୍ରଭୁଙ୍କର ଭଜନ ପରିବେଷଣ କରିଥିଲେ । ଶିଶୁ ଗାୟିକା ଅଭିଲିପ୍ସା ବିଶ୍ୱାଳ ମଧ୍ୟ ଏକ ଭଜନ ପରିବେଷଣ କରିଥିଲେ । ବରିଷ୍ଠ କବି ପ୍ରଭାତ କୁମାର ଆଚାର୍ଯ୍ୟଙ୍କ ପୌରୋହିତ୍ୟ ତଥା ବିଶିଷ୍ଟ କବୟିତ୍ରୀ କଳ୍ପନା ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ସଭାରେ ବହୁ ସ୍ୱନାମଧନ୍ୟ କବି , କବୟିତ୍ରୀ ଏବଂ ସାହିତ୍ୟକାରଙ୍କ ଉପସ୍ଥିତି ସଭାକୁ ଶୋଭା ମଣ୍ଡିତ କରିଥିଲା । ଡଃ ବାମନ ଚନ୍ଦ୍ର ଦୀକ୍ଷିତ ଉପସ୍ଥିତ ସମସ୍ତ କବି କବୟିତ୍ରୀ ମାନଙ୍କୁ ପ୍ରଣାମ ପୂର୍ବକ “ସୂର୍ଯ୍ୟପ୍ରଭା”ର ଲୋକାର୍ପଣ ସମ୍ପନ୍ନ କରିଥିଲେ । ନିଳାଦ୍ରୀ ପ୍ରକାଶ ମହାନ୍ତିଙ୍କ ପରିକଳ୍ପିତ ସୂର୍ଯ୍ୟପ୍ରଭାର କମନୀୟ କଳେବର ସମସ୍ତଙ୍କୁ ଆକର୍ଷିତ କରିଥିଲା। ଚର୍ଚ୍ଚାରେ ସୂର୍ଯ୍ୟପ୍ରଭାର ଉତ୍ତରୋତ୍ତର ବିକାଶ ପାଇଁ ISSN ନମ୍ବର ଏବଂ ଏକ web site ସୃଷ୍ଟି କରିବା ବିଷୟରେ ଆଲୋକପାତ କରିଥିଲେ ସନାତନ ମହାକୁଡ଼ ଏବଂ ବରୁଣ ଦାସ । ତତ୍ ପଶ୍ଚାତ କବୀ କଳ୍ପନା ମିଶ୍ରଙ୍କ ପରିଚାଳନାରେ କବିତା ଆସର ଆରମ୍ଭ ହୋଇଥିଲା । ବିଶିଷ୍ଟ କବି ହେମନ୍ତ ବରାଇ , ଡଃ ଚିତ୍ତରଞ୍ଜନ କୁଣ୍ଡୁ ,କାଶୀନାଥ ପଣ୍ଡା , ପ୍ରଭାତ ଆଚାର୍ଯ୍ୟ , ସୁଦର୍ଶନ ସେଠୀ , ସନାତନ ମହାକୁଡ଼ , ଅନଙ୍ଗ ଭୂଷଣ ମହାନ୍ତି , ଶିଶିର କୁମାର କର , ବିପିନ ବିହାରୀ ବାରିକ , ଅମରନାଥ ବାରିକ , ଜୁମର ନାଥ ପାତ୍ର, ସୁଜିତ ମିଶ୍ର , ଦେବେନ୍ଦ୍ର ନାୟକ , ବରୁଣ ଦାସ , ନିତ୍ୟାନନ୍ଦ ମହାନ୍ତି ବାମନ ଚନ୍ଦ୍ର ଦୀକ୍ଷିତ ଏବଂ ବିଶିଷ୍ଟ କବୟିତ୍ରୀ କଳ୍ପନା ମିଶ୍ର , ମଧୁସ୍ମିତା ମହାପାତ୍ର , ଆରତୀ ଦାଶ , ଜୟନ୍ତୀ ନାୟକ , କବିତା ନାୟକ , ବନଜ୍ୟୋତ୍ସ୍ନା ମିଶ୍ର , ପୁଷ୍ପାଞ୍ଜଳୀ ପତ୍ରୀ , ସୁଭାଗିନୀ ସିଂହ , ମନୋରମା ମିଶ୍ର , ଅସୀମା ଖୁଣ୍ଟିଆ ଆଦି ସ୍ୱରଚିତ କବିତା ପାଠ କରିଥିଲେ । ଜୁମର ନାଥ ପାତ୍ର ଓ କାଶୀନାଥ ପଣ୍ଡାଙ୍କ ସଂକ୍ଷିପ୍ତ ଏବଂ ସମୃଦ୍ଧ ସମୀକ୍ଷା ସମସ୍ତଙ୍କୁ ଆକର୍ଷିତ କରିଥିଲା । ଅନ୍ତିମ ପର୍ଯ୍ୟାୟ ରେ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତି ପାଠ କରି ସଭା ସମାପ୍ତ କରାଯାଇଥିଲା ।ରିପୋର୍ଟ-ସନାତନ ମହାକୁଡ଼ ।

Comments are closed.