ମୋଦୀ ସରକାର ବଢ଼ାଇବେ ୪ଟି ଭତ୍ତା: କର୍ମଚାରୀଙ୍କ ବଢ଼ିଯିବ ସାଲାରି

ନୂଆଦିଲ୍ଲୀ: ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିଲେ । ତେବେ କର୍ମଚାରୀଙ୍କୁ ଦଶହରା ଭେଟି ମିଳିସାରିଥିବା ବେଳେ ଆଗକୁ ଦିପାବଳୀ ଗିଫ୍ଟ ସହିତ ଆହୁରି ଅନେକ କିଛି ବେନିଫିଟ୍ ମିଳିବାକୁ ଯାଉଛି । କେନ୍ଦ୍ର ସରକାର ୪ଟି ଭତ୍ତା ବୃଦ୍ଧି କରିବାକୁ ଯାଉଛିନ୍ତ । ଯଦି ଏହି ଭତ୍ତା ସବୁ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ପକେଟ ଖାଲି ଗରମ ଆଉ ଗରମ ହୋଇ ଉଠିବ । କର୍ମଚାରୀଙ୍କ ସାଲାରିରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ।

କର୍ମଚାରୀଙ୍କ ଡିଏ ବୃଦ୍ଧି ଘୋଷଣା ପରେ ଏବେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ପୁଣି ଏକ ବଡ଼ ଉପହାର ଦେବାକୁ ପ୍ଲାନିଂ କରୁଛନ୍ତି । କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ପାଇବା ପରେ ତାହା ୩୪ ପ୍ରତିଶତରୁ ଏବେ ୩୮ ପ୍ରତିଶତରେ ପହଞ୍ଚି ଯାଇଛି । ଖୁବଶୀଘ୍ର କର୍ମଚାରୀଙ୍କୁ ଏକ ଗୁଡ୍ ନ୍ୟୁଜ୍ ମିଳିବ । କେନ୍ଦ୍ର ସରକାର ଏକ ସଙ୍ଗେ ୪ଟି ଭତ୍ତା ବୃଦ୍ଧି ପାଇଁ ଯୋଜନା କରୁଛନ୍ତି ।
ସପ୍ତମ ବେତନ ଆୟୋଗ ମୁତାବକ, କେନ୍ଦ୍ର କର୍ମଚାରୀଙ୍କ ଟ୍ରାଭେଲ ଭତ୍ତା, ସିଟି ଭତ୍ତା, ପ୍ରୋଭିଡେଣ୍ଟ ଫଣ୍ଡ ଓ ଗ୍ରାଚ୍ୟୁଇଟି ବୃଦ୍ଧି ପାଇବ । କେନ୍ଦ୍ର କର୍ମଚାରୀଙ୍କ ପିଏଫ ଓ ଗ୍ରାଚ୍ୟୁଇଟିର ହିସାବ ବେସିକ ସାଲାରି ଓ ଡିଏ ଆଧାରରେ କରାଯାଇଥାଏ । ଏଭଳି ସ୍ଥିତିରେ ଡିଏ ବଢ଼ିବା ପରେ ପିଏଫ ଓ ଗ୍ରାଚ୍ୟୁଇଟି ବଢ଼ିଯିବ । ତେବେ ଏହି ବୃଦ୍ଧି ୩ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି ।
ଗତ ମାସ ୨୮ ତାରିଖରେ କେନ୍ଦ୍ର ସରକାର ଡିଏ ବୃଦ୍ଧି ଘୋଷଣା କରିଥିଲେ । ଏହାପରେ ବିଜ୍ଞପ୍ତି ମାଧ୍ୟମରେ ଏନେଇ ସୂଚନା ଦିଆଯାଇଥିଲା । ଡିଏର ସଂଶୋଧିତ ଦର ଜୁଲା ୧, ୨୦୨୨ରୁ ଲାଗୁ ହେବା ନେଇ ସୂଚନା ଦିଆଯାଇଥିଲା । ଖୁବଶୀଘ୍ର କର୍ମଚାରୀଙ୍କ ଖାତାକୁ ଏହି ଅର୍ଥ ଆସିଯିବ । ଡିଏ ବୃଦ୍ଧି ଫଳରେ ୫୦ ଲକ୍ଷ କର୍ମଚାରୀ ଓ ୬୨ ଲକ୍ଷ ପେନସନଧାରୀଙ୍କୁ ବଡ଼ ଫାଇଦା ମିଳିବ ।

Comments are closed.