ଫଟା ହୃଦୟର ଆକ୍ତାମାକ୍ତା ଶବ୍ଦ ମାନଙ୍କୁ ଵୋକ ଦେଉ ଦେଉ
କେତେବେଳେ କବିଟିଏ ବନିଗଲି
ଜାଣି ପାରିଲିନି ।
ଉପେକ୍ଷିତ ସମ୍ପର୍କମାନଙ୍କୁ ସଜାଡୁ ସଜାଡୁ
କେତେବେଳେ ଅଣନିଃଶ୍ଵାସୀ ହେଇଗଲି
ଜାଣି ପାରିଲିନି।
ସମୟ ଓ ପରିସ୍ଥିତି ସହ ସାଲିସ୍ କରୁ କରୁ
କେତେବେଳେ ସ୍ଥାଣୁ ପାଲଟିଗଲି
ଜାଣି ପାରିଲିନି।
ହସିବାର ମିଛ ଅଭିନୟ କରୁ କରୁ
କେତେବେଳେ ଲୁହ ପିଇବା ଶିଖି ଗଲି
ଜାଣି ପାରିଲିନି ।
ଅନ୍ୟର ଯନ୍ତ୍ରଣାକୁ ଅନୁଭବ କରୁ କରୁ
କେତେବେଳେ ନିଜ ଅସ୍ତିତ୍ୱ ହରେଇ ବସିଲି
ଜାଣି ପାରିଲିନି।
ଜୀବନର ମାନେ ଖୋଜୁ ଖୋଜୁ
କେତେବେଳେ ମୃତ୍ୟୁ ସନ୍ନିକଟ ହେଲି
ଜାଣି ପାରିଲିନି ।
ରଗଡ଼ି, ବାଙ୍କୀ, କଟକ
ତା-୧୬.୦୮.୨୦୨୨
Comments are closed.