ଅସୁସ୍ଥ ଶଙ୍କର ବକ୍ସିଙ୍କୁ ଭେଟିଲେ ବିଧାୟକ ରୂପେଶ ପାଣିଗ୍ରାହୀ

ମଣିପାଲ ହସ୍ପିଟାଲରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ, ଆଶୁ ଆରୋଗ୍ୟ କାମନା କଲେ।

ଗଜପତି (ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲା ପାରଳା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶଙ୍କର ବକ୍ସିଙ୍କ ଅସୁସ୍ଥତା ଖବର ପାଇ ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ତୁରନ୍ତ ଭୁବନେଶ୍ୱରସ୍ଥିତ ମଣିପାଲ ହସ୍ପିଟାଲରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଧାୟକ ଶ୍ରୀ ବକ୍ସିଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏଥିସହ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ପାରଳାଖେମୁଣ୍ଡି ସହରର ବକ୍ସି ସାହି ନିବାସୀ ଶଙ୍କର ବକ୍ସି ପାରଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଦୀର୍ଘଦିନ ଧରି କାର୍ଯ୍ୟ କରି ଶିକ୍ଷା କ୍ଷେତ୍ରରେ ନିଜର ଅବଦାନ ରଖିଛନ୍ତି। ତାଙ୍କ ଅସୁସ୍ଥତା ଖବର ଜଣାପଡ଼ିବା ପରେ ତାଙ୍କର ଶୁଭେଚ୍ଛୁ, ପରିଚିତ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି।

ଏଭଳି ସମୟରେ ବିଧାୟକ ରୂପେଶ ପାଣିଗ୍ରାହୀ ହସ୍ପିଟାଲରେ ପହଞ୍ଚି ତାଙ୍କର ଭଲମନ୍ଦ ବୁଝିବା ସହ ପରିବାରକୁ ସାକ୍ଷାତ କରିବା ଏକ ସମ୍ବେଦନଶୀଳ ମାନବିକ ପଦକ୍ଷେପ ଭାବେ ଦେଖାଯାଇଛି। ଶ୍ରୀ ବକ୍ସି ସୁସ୍ଥ ହୋଇ ପୁନର୍ବାର ସ୍ୱାଭାବିକ ଜୀବନକୁ ଫେରନ୍ତୁ ବୋଲି ବିଧାୟକ ତାଙ୍କର ଶୁଭକାମନା ଜଣାଇଛନ୍ତି।

ଏହି ଗସ୍ତ ସମୟରେ ପାରଳାଖେମୁଣ୍ଡିର ଅମର ପାଢ଼ୀ, ମଣ୍ଟୁ ବକ୍ସି, ଚିଣ୍ଟୁ ବକ୍ସି, ବାବୁଲ ବେହେରା, ନାଜିର ବେଗ ଓ ସୁବାସ ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ଶ୍ରୀ ଶଙ୍କର ବକ୍ସିଙ୍କ ଆଶୁ ଆରୋଗ୍ୟ ଓ ସୁସ୍ଥ ଜୀବନ କାମନା କରୁଛନ୍ତି ତାଙ୍କର ଶୁଭେଚ୍ଛୁ ଓ ପାରଳାଖେମୁଣ୍ଡିବାସୀ।

Comments are closed.