କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୂରା ଗ୍ରାମ ଠାରେ କୋଠ ଗୃହ ର ଶୁଭ ଉଦଘାଟନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ ।

0

ଗଜପତି:୨୮/୬: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ର ବୁଦୁରା ଗ୍ରାମ ଠାରେ ଏକ ଅତ୍ୟାଧୁନିକ କମୁନିଟି ହଲ ତଥା କୋଠ ଗୃହ ର ଶୁଭ ଉଦଘାଟନ ମାନ୍ୟବର ବିଧାୟକ ଙ୍କ ଦ୍ଵାରା ହୋଇଯାଇଛି, ଏହି କୋଠ ଗୃହ ପାଇଁ ବିଗତ ସରକାର ଙ୍କ ଅନୁଦାନ ରେ ନିର୍ମାଣ ହୋଇଥିଲା, ଏହି କୋଠ ଗୃହ କରିବା ପାଇଁ ବହୁଦିନ ହେବ ନିର୍ମାଣ କରିବା ପାଇଁ ଗ୍ରାମ ବାସି ଦାବି କରିଆସୁଥିଲେ , ଆଜି ସମ୍ପୂର୍ଣ ହୋଇ ଉଦଘାଟନ ହୋଇଥିବାରୁ ଗ୍ରାମ ବାସି ବିଧାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,ଏହି ଅବସର ରେ ଗ୍ରାମ ଥିବା ସମସ୍ୟା, ତଥା ଗ୍ରାମ ଭିତ୍ତିକ ସମସ୍ୟା,ରାସନ୍ କାର୍ଡ, ଗୃହ ନିର୍ମାଣ,ଶିକ୍ଷା,ଜଳ ସେଚତାନ,ରାସ୍ତା, ନାଳ,ଓ ସ୍ଵାସ୍ଥ୍ୟ ସମସ୍ୟା ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ ବିଧାୟକ ,ତୁରନ୍ତ ଏନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଡମ୍ବୁରୁଧର ମଲିକ ଙ୍କୁ ଫୋନ୍ ମାଧ୍ୟମ ରେ ଶୀଘ୍ର ଏସବୁ କାର୍ଯ କରିବା ପାଇଁ ଆଦେଶ ଦେଲେ ବିଧାୟକ,ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସ୍ଥାନୀୟ ସରପଞ୍ଚ,ସମିତି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.