ମିଥ୍ୟପ୍ରଚାର କରୁଛି ପାକିସ୍ତାନ, କଡା ସମାଲୋଚନା କଲା ଭାରତ

ନ୍ୟୁୟର୍କ : ଦେଶ ସ୍ୱାଧୀନ ହେବାପରଠାରୁ ଜାମ୍ମୁ-କାଶ୍ମୀରକୁ ନେଇ ସୀମାବିବାଦ ଚାଲିଆସିଛି । ଏହାକୁ ପାକିସ୍ତାନ ନିଜ ଅକ୍ତିଆର କରିବାକୁ ସବୁବେଳେ ଚେଷ୍ଟା କରିଆସୁଛି । ଏଥିପାଇଁ ଅନେକ ଯୁଦ୍ଧ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ଜାମ୍ମୁ-କାଶ୍ମୀରରେ ସବୁବେଳେ ଆତଙ୍କବାଦ ଆକ୍ରମଣ ହୋଇଆସୁଛି । ଏହାସହ ପାକିସ୍ତାନ ଏହାକୁ ନିଜ କବଳରେ ନେବା ପାଇଁ ଚେଷ୍ଟା ଅବ୍ୟହତ ରଖିଆସିଥିବା ବେଳେ ବର୍ତ୍ତମାନ ଜାତିସଂଘରେ ପାକିସ୍ତାନକୁ କଡା ସମାଲୋଚନା କରିଛି ଭାରତ ।

ସୂଚନା ଅନୁଯାୟୀ, ଜାତିସଂଘରେ ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ଉଠାଇଥିଲା ପାକିସ୍ତାନ । ଏହାକୁ ନେଇ କଡା ସମାଲୋଚନା କରିଛି ଭାରତ । ତେବେ ଜାତିସଂଘର ସୁରକ୍ଷା ପରିଷଦକୁ ନେଇ ତାହା ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ଭାରତ ପ୍ରତିକ୍ରିୟା ଦେଖାଇଛି । ଜାମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଓ ଅବିଭାଜିତ ଅଙ୍ଗ ।

ଭାରତର ମୁଣ୍ଡ ହେଉଛି ଜାମ୍ମୁ କାଶ୍ମୀର। ପାକିସ୍ତାନ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ଉଠାଇଥିବା ବେଳେ ଭାରତ କହିଛି ଏହା ପାକିସ୍ତାନର ମିଥ୍ୟା ପ୍ରଚାର । ଏବଂ ଏହି ମିଥ୍ୟା ଉଦ୍ୟମ ଜାରି ରଖିଛି ପାକିସ୍ତାନ । ଏହାପରେ ଜାତିସଂଘରେ ଜାମ୍ମୁ କାଶ୍ମୀର ବାବଦରେ ପାକିସ୍ତାନର ଏଭଳି ଉଦ୍ୟମ ନିରାଶ ପଦକ୍ଷେପ ବୋଲି ଭାରତ କହିଛି । ତେବେ ଜାମ୍ମୁ କାଶ୍ମୀର ଭାରତର ଥିଲା ଏବେ ମଧ୍ୟ ଅଛି, ହେଲେ ଏହାକୁ ନେଇ ପାକିସ୍ତାନ ମିଥ୍ୟା ପ୍ରଚାର କରିବାକୁ ଲାଗିଛି ।

Comments are closed.